ସତ୍ୟଶିଖା (ଭୁବନେଶ୍ବର) ୨/୧୧/୨୦୨୦: କୋଭିଡ୍ ମହାମାରୀ ସମୟରେ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ପ୍ରସ୍ତୁତି ସରିଛି । ପ୍ରେସମିଟ୍ ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ନିର୍ବାଚନ ନେଇ ସୂଚନା ଦେଇଛନ୍ତି । ପୋଲିଂ ଏଜେଣ୍ଟ ସ୍କ୍ରିନିଂ ହୋଇଛି । ସୁସ୍ଥ ଅଫିସର ହିଁ ଡ୍ୟୁଟିରେ ଅଛନ୍ତି । ଗୋଟିଏ ବୁଥରେ ୧୦୦୦ ଜଣ ଭୋଟ୍ ଦେବେ । ତେଣୁ ବୁଥ୍ ସଂଖ୍ୟା ବଢାଯାଇଛି । ବାଲେଶ୍ଵରରେ ୧୯୮ ବୁଥ୍ ଥିବାବେଳେ ୩୪୬କୁ ବୃଦ୍ଧି ହୋଇଛି । ତିର୍ତ୍ତୋଲରେ ୨୬୫ ବୁଥ୍ ଥିବା ବେଳେ ୩୭୩କୁ ବୃଦ୍ଧି ହୋଇଛି ।
ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ନେଇ ସିଇଓଙ୍କ ପ୍ରେସମିଟ୍ : ଭୋଟରଙ୍କ ସୁବିଧା ପାଇଁ ବଢାଗଲା ବୁଥ୍ ସଂଖ୍ୟା
