ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ନେଇ ସିଇଓଙ୍କ ପ୍ରେସମିଟ୍ : ଭୋଟରଙ୍କ ସୁବିଧା ପାଇଁ ବଢାଗଲା ବୁଥ୍ ସଂଖ୍ୟା

ସତ୍ୟଶିଖା (ଭୁବନେଶ୍ବର) ୨/୧୧/୨୦୨୦: କୋଭିଡ୍ ମହାମାରୀ ସମୟରେ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ପ୍ରସ୍ତୁତି ସରିଛି । ପ୍ରେସମିଟ୍ ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ନିର୍ବାଚନ ନେଇ ସୂଚନା ଦେଇଛନ୍ତି । ପୋଲିଂ ଏଜେଣ୍ଟ ସ୍କ୍ରିନିଂ ହୋଇଛି । ସୁସ୍ଥ ଅଫିସର ହିଁ ଡ୍ୟୁଟିରେ ଅଛନ୍ତି । ଗୋଟିଏ ବୁଥରେ ୧୦୦୦ ଜଣ ଭୋଟ୍ ଦେବେ । ତେଣୁ ବୁଥ୍ ସଂଖ୍ୟା ବଢାଯାଇଛି । ବାଲେଶ୍ଵରରେ ୧୯୮ ବୁଥ୍ ଥିବାବେଳେ ୩୪୬କୁ ବୃଦ୍ଧି ହୋଇଛି । ତିର୍ତ୍ତୋଲରେ ୨୬୫ ବୁଥ୍ ଥିବା ବେଳେ ୩୭୩କୁ ବୃଦ୍ଧି ହୋଇଛି ।ବୁଥ୍ ବଢିବାରୁ ଦ୍ବନ୍ଦ୍ବ ହୋଇପାରେ । ଭିଏଲଓ ମାଧ୍ୟମରେ ସ୍ଲିପ ଦିଆହୋଇଛି । ସେଥିରୁ ଜାଣି ବୁଥ୍ ଯିବେ ଭୋଟର । ସବୁ ଅତିରିକ୍ତ ବୁଥ୍ ଗୋଟିଏ କ୍ୟାମ୍ପସରେ ଅଛି । କେବେଳ ତିର୍ତ୍ତୋଲରେ ୪ ଓ ବାଲେଶ୍ଵରରେ ୧୨ଟା ବାହାରେ ଅଛି । ବାଲେଶ୍ଵରରେ ୮୬ ସମ୍ବେଦନଶୀଳ ବୁଥ୍ ଓ ତିର୍ତ୍ତୋଲରେ ୧୫୫ଟି ରହିଛି । ବୁଥ୍ ସାନିଟାଇଜ୍ କରାଯାଉଛି । ଭୋଟିଂ ସମୟରେ ବାରମ୍ବାର ବୁଥ୍ ବାହାର ସାନିଟାଇଜ୍ କରାହେବ । ଡ୍ୟୁଟିରେ ଥିବା ଅଫିସରଙ୍କୁ ପିପିଇ କିଟ୍ ଦିଆଯାଇଛି । ଭୋଟରଙ୍କୁ ଗ୍ଲୋଭସ ଦିଆଯିବ । ସେମାନେ ଡାହାଣ ହାତରେ ଗ୍ଲୋଭସ ପିନ୍ଧିବେ । ଭୋଟ୍ ଦେଇ ସାରିବା ପରେ ତାହାକୁ ଡଷ୍ଟବିନରେ ଫିଙ୍ଗିବେ । ଯଦି କାହା ନିକଟରେ ଭୋଟର କାର୍ଡ ନାହିଁ ଅନ୍ୟ ୧୧ ପରିଚୟପତ୍ର ନେଇ ପାରିବେ । ଭୋଟର ସ୍ଲିପ୍ ପରିଚୟପତ୍ର ଭାବେ କାମ କରିବ ନାହିଁ ।
ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏଁ ଭୋଟିଂ ହେବ । ୬ଟା ଭିତରେ ଯିଏ ଆସିଥିବେ ଭୋଟ୍ ଦେଇପାରିବେ । ଗୋଲେଇରେ ୬ ଫୁଟ ସାମାଜିକ ଦୂରତା ରକ୍ଷା କରି ଭୋଟର ଠିଆ ହେବେ । ଭୋଟରଙ୍କ ତାପମାତ୍ରା ମପା ଯିବ। ଯାହାର ଅଧିକ ଆସିବ, ସେମାନଙ୍କୁ ଟୋକନ ଦିଆଯିବ। ସେମାନେ ଶେଷ ସମୟରେ ଭୋଟ୍ ଦେବେ। ଡାକ୍ତର ଯଦି କୋଭିଡ୍ ରୋଗୀଙ୍କୁ ଘରେ ରହିବାକୁ କହିଛନ୍ତି, ସେମାନଙ୍କ ପିପିଇ କିଟ୍ ଥିଲେ ଆସି ଭୋଟ୍ ଦେଇପାରିବେ । ହେଲେ ସେମାନେ ନ ଆସିବା ଭଲ । ୩,୫୦୦ ପୋଲିଂ କର୍ମଚାରୀ, ୮୦୦ ଆଶା କର୍ମୀ ଓ ୮୦୦ ଭଲ୍ୟୁଣ୍ଟିୟର ସାନିଟାଇଜ୍ ସ୍କାନିଂ କରିବେ । ସୁରକ୍ଷା ଦୃଷ୍ଟିରୁ ସମୁଦାୟ ୬ କମ୍ପାନୀ ସିଏପିଏଫ, ୱେବକ୍ସଟିଂ, ସିସିଟିଭି, ୯୦ ପ୍ଲାଟୁନ ପୋଲିସ ଫୋର୍ସ, ୨୫୧ ପୋଲିସ ଅଫିସର ନିୟୋଜିତ ଅଛନ୍ତି ।