

ସତ୍ୟଶିଖା( ଭୁବନେଶ୍ୱର )୧୯.୧୦.୨୦୨୨: ନିକଟରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ ଘୋଷଣା କରିଥିଲେ । ଏହାଦ୍ୱାରା ରାଜ୍ୟର ୫୭ ହଜାର କର୍ମଚାରୀ ଉପକୃତ ହୋଇଥିଲେ । ତେବେ ଏବେ ରାଜ୍ୟବାସୀଙ୍କୁ ପୁଣି ଏକ ଉପହାର ମିଳିବାକୁ ଯାଉଛି । ରାଜ୍ୟରେ ୮ ହଜାର ନୂଆ କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ପ୍ରାଥମିକ ପର୍ଯ୍ୟାୟୟରେ ରୂପାନ୍ତରିତ ହାଇସ୍କୁଲମାନଙ୍କରେ ଏହି କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।
ଛାତ୍ରଛାତ୍ରୀଙ୍କର ଗୁଣାତ୍ମକ ଶୈକ୍ଷିକ ଭିତ୍ତିଭୂମିର ବିକାଶ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ପିଲାମାନେ କଳାପଟା ବଦଳରେ ପ୍ରୋଜେକ୍ଟର ଓ ଇ-କଣ୍ଟେଣ୍ଟ ଦ୍ୱାରା ଶିକ୍ଷା ଗ୍ରହଣ କରୁଛନ୍ତି । ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସ ରୁମରେ ପଢ଼ିବା ସହିତ ରୋଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଅତ୍ୟାଧୁନିକ ଜ୍ଞାନ ଆହରଣ ନେଇ ବ୍ୟବସ୍ଥା କରାଯାଇଛି । ସ୍ମାର୍ଟ କ୍ଲାସରୁମ୍, ଡିଜିଟାଲ ଲାଇବ୍ରେରୀ ଆଦି ପରିଚାଳନା କରିବା ପାଇଁ କମ୍ପ୍ୟୁଟର ଜ୍ଞାନ ନିହାତି ଜରୁରୀ । ତେଣୁ କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦେବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଶିକ୍ଷକମାନେ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ପାଇବେ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା କମ୍ପ୍ୟୁଟର କ୍ଷେତ୍ରରେ ଶିକ୍ଷା ଗ୍ରହଣ କରିଥିବା ଅନେକ ଆଶାୟୀଙ୍କୁ ନିଯୁକ୍ତି ମିଳିପାରିବ । ଏହାଦ୍ୱାରା ଅନେକାଂଶରେ ବେକାରୀ ସମସ୍ୟା ଦୂରୀକରଣ ହୋଇପାରିବ ।