ସତ୍ୟଶିଖା (ନୂଆଦିଲ୍ଲୀ) ୧୫/୦୧/୨୦୨୧ : କରୋନା ମହାମାରୀ ଭିତରେ ଚଳିତ ମାସ ୨୯ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଫେବୃଆରୀ ପହିଲାରେ ସାଧାରଣ ବଜେଟ୍ ପାରିତ ହେବ ବୋଲି ସୂଚନା ମିଳିଛି । ଏହି ବଜେଟ୍ ଅଧିବେଶନ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୮ ତାରିଖ ଯାଏ ଚାଲିବ । ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଗୁରୁବାର ଦିନ ସୂଚନା ପ୍ରଦାନ କରାଯାଇଛି । ଏହି ସୂଚନାରେ ବିଭିନ୍ନ ମନ୍ତ୍ରଣାଳୟର ଖର୍ଚ୍ଚ ଦାବିକୁ ବିଚାର କରିବା ଓ ଏହାର ରିପୋର୍ଟ ପ୍ରସ୍ତୁତ କରିବାକୁ କିଛି ସମୟ ଦିଆଯିବ ବୋଲି କୁହାଯାଇଛି । ଫେବୃଆରୀ ୮ ରେ ବଜେଟ୍ ଅଧିବେଶନ ଶେଷ ହେଉଥିଲେ ବି ରିପୋର୍ଟ ପ୍ରସ୍ତୁତ ପରେ ଫେବୃଆରୀ ୧୫ ତାରିଖରେ ଗୃହକୁ ମୁଲତବି ଘୋଷଣା କରାଯିବ । ଏହା ପରେ ପୁଣି ମାର୍ଚ୍ଚ ୮ ରେ ଆରମ୍ଭ ହେବ ।
ଜାନୁଆରୀ ୨୯ ରୁ କେନ୍ଦ୍ରୀୟ ବଜେଟ୍ ଅଧିବେଶନ
