

ସତ୍ୟଶିଖା(ଭୁବନେଶ୍ୱର )୨୩.୦୯ .୨୦୨୧: ୨୫ରେ ଦିଲ୍ଲୀ ଗସ୍ତ କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୬ରେ ମାଓଦମନ ଉପରେ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ।
ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ର ଭଳି ଦଶଟି ମାଓ ଉପଦ୍ରୁତ ରାଜ୍ୟର ପ୍ରତିନିଧି ମାନଙ୍କ ସହିତ ହେବ ବୈଠକ। ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ବୈଠକରେ ମାଓ ଦମନ ଲାଗି ନିଆଯାଇଥିବା ପଦକ୍ଷେପ ତଥା ଭବିଷ୍ୟତ ଯୋଜନା ସଂପର୍କରେ ରାଜ୍ୟମାନେ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିବେ। ମାଓ ପ୍ରବଣ ରାଜ୍ୟମାନଙ୍କ ପ୍ରଭାବିତ ଜିଲ୍ଲା ଗୁଡିକରେ ଭିତ୍ତିଭୂମି ବିକାଶ, ସଡ଼କ ଯୋଗାଯୋଗ, ମୋବାଇଲ୍ ଟାୱାର ସ୍ଥାପନ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ।
ବୈଠକରେ ମାଓ ଦମନ ଅଭିଯାନ ନେଇ ଭବିଷ୍ୟତ ରଣନୀତି ଗୃହମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବିଚାରବିମର୍ଶ କରିବେ।ତେବେ ବୈଠକରେ କେତେ ଗେଷ୍ଟ ରହିବେ ବୈଠକ ର ପ୍ରସ୍ତୁତି , ସମୟ ଏବଂ ଅବଧି ସମ୍ପର୍କରେ ଆଜି ରାଜ୍ୟ ମାନଙ୍କର ଆବାସିକ କମିଶନରଙ୍କୁ ଅବଗତ କରାଇପାରନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ।