ଦେଶ

ସିଡିଏସ୍ – ସରକାରୀ ସ୍ତରୀୟ ବାର୍ତ୍ତାଳାପ ବିଫଳ ହେଲେ ସୈନ୍ୟ ବିକଳ୍ପ ପ୍ରସ୍ତୁତ l

ସତ୍ୟଶିଖା ୨୪ . ୦୮.୨୦୨୦ :  ଏଲଏସିରେ ଭାରତ-ଚୀନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ ଏକ ବଡ଼ ବୟାନ ଦେଇଛନ୍ତି । ସେ କଗିଛନ୍ତି ଯେ, ଲଦାଖରେ ଚୀନ ସେନାର ଅନୁପ୍ରବେଶକୁ ବରଦାସ୍ତ କରାଯିବ ନାହିଁ । ଯଦି ବାର୍ତ୍ତାଳାପ ବିଫଳ ହୁଏ ତେବେ ସୈନ୍ୟ ବିକଳ୍ପ ରହିଛି । ଏହି ପ୍ରସଙ୍ଗକୁ ବାର୍ତ୍ତାଳାପ ମାଧ୍ୟମରେ ସମାଧାନ କରିବାକୁ ସରକାରଙ୍କ ଚେଷ୍ଟା ରହିଛି । ତେବେ ପୂର୍ବ ଲଦାଖରେ ସେନା ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ଥିବା ନେଇ ସେ ଇସାରା ଦେଇଛନ୍ତି । ଜେନେରାଲ ରାୱତ କହିଛନ୍ତି ଯେ, ସରକାର ଶାନ୍ତିପୂର୍ଣ୍ଣ ଉପାୟରେ ମାମଲାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି । LACରେ ଗତିରୋଧ ବିଭିନ୍ନ ଧାରଣା ହେତୁ ହୋଇଥାଏ । ପ୍ରତିରକ୍ଷା ସେବାଗୁଡିକୁ ଏପରି କାର୍ଯ୍ୟ ଉପରେ ନଜର ରଖିବା ଏବଂ ଅନୁପ୍ରବେଶକୁ ରୋକିବା ପାଇଁ ଦାୟିତ୍ଵ ଦିଆଯାଇଛି । ଏହିପରି କୌଣସି କାର୍ଯ୍ୟକଳାପକୁ ଶାନ୍ତ ଉପାୟରେ ସମାଧାନ କରିବା ଏବଂ ଅନୁପ୍ରବେଶକୁ ରୋକିବା ପାଇଁ ଏକ ସରକାରୀ ପନ୍ଥା ଗ୍ରହଣ କରାଯାଇଥାଏ । ପ୍ରତିରକ୍ଷା ସେବା ସବୁବେଳେ ସାମରିକ ବିକଳ୍ପ ପାଇଁ ପ୍ରସ୍ତୁତ ।

ସେ କହିଛନ୍ତି ଯେ, ‘ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଏବଂ ଜାତୀୟ ସୁରକ୍ଷା ଦାୟିତ୍ଵରେ ଥିବା ସମସ୍ତ ବ୍ୟକ୍ତି ଲଦାଖରେ ସ୍ଥିତିକୁ ପୁନଃସ୍ଥାପିତ କରିବାକୁ ଚାହୁଁଛନ୍ତି। 2017 ରେ, ଯେତେବେଳେ ଭାରତ ଏବଂ ଚୀନ୍ ମଧ୍ୟରେ 73 ଦିନିଆ ବିବାଦ ଦେଖାଦେଇଥିଲା, ସିଡିଏସ୍ ରାୱତ ସେନାଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ ।

Show More
Back to top button