ସତ୍ୟଶିଖା ୧୭/୧୨/୨୦୨୦ : ଲୁଟ୍ ଦେଖିଛି ସିସିଟିଭି । ନବରଙ୍ଗପୁର ଉମରକୋଟରେ ଦ୍ୱିନ ଦ୍ୱିପହରରେ ବ୍ୟବସାୟୀ ସଂଜୟ ତ୍ରିପାଠୀଙ୍କ ବାଇକ୍ରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି । ଏନେଇ ଉମରକୋଟ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରୁଛି । ଘଟଣାସ୍ଥଳରେ ସିସିଟିଭି ଫୁଟଜକୁ ଆଧାର କରି ପୁଲିସ ତଦନ୍ତ କରୁଛି । ସେହି ସିସିଟିଭି ଫୁଟେଜକୁ ବିଭିନ୍ନ ଥାନାକୁ ପଠାଇ ଛାନଭିନ୍ କରୁଛି ଉମରକୋଟ ପୁଲିସ । ବ୍ୟବସାୟୀ ଜଣଙ୍କ ଟଙ୍କା ବ୍ୟାଗକୁ ଗାଡି ଟାଙ୍ଗୀ ପାଖକୁ ଯାଇଥିବା ବେଳେ ଦୁର୍ବୃତ ତାଙ୍କ ବ୍ୟାଗ ଲୁଟି ନେଇଛି । ଲୁଟର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ୟବସାୟୀ ସଂଜୟ ଏକ ଗ୍ରୋସରୀ ଦୋକାନ କରିଛନ୍ତି ।
ଲୁଟ୍ ଦେଖିଛି ସିସିଟିଭି
