Uncategorizedନ୍ୟୁଜ୍ଶିକ୍ଷା

ବାତିଲ ହେଲା CBSE ପରୀକ୍ଷା…

ସତ୍ୟଶିଖା : ସିବିଏସଇ ପରୀକ୍ଷା ବାତିଲ ହୋଇଯାଇଛି। ଦଶମ ଏବଂ ଦ୍ବାଦଶ ଶ୍ରେଣୀର ସମସ୍ତ ପରୀକ୍ଷା ବାତିଲ କରାଯାଇଛି। ପରୀକ୍ଷାକୁ ନେଇ ଅଭିଭାବକ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏନେଇ ସିବିଏସଇ କର୍ତ୍ତୃପକ୍ଷ ସୁପ୍ରିମ କୋର୍ଟଙ୍କୁ ଅବଗତ କରାଇଛନ୍ତି। ଜୁଲାଇ ୧ରୁ ୧୫ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି।

ସିବିଏସଇ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା କେମିତି ହେବ ଏବଂ କେମିତି ପରୀକ୍ଷା ଫଳ ପ୍ରକାଶ ପାଇବ ସେ ନେଇ ବୋର୍ଡ଼ ଆଜି ସୁପ୍ରିମ କୋର୍ଟଙ୍କୁ କ’ଣ ଜଣାଇବ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା। ପୂର୍ବରୁ ସିବିଏସଇ ଛାତ୍ରଛାତ୍ରୀଙ୍କ ବାବଦରେ ବୋର୍ଡ କି ନିଷ୍ପତ୍ତି ନେଉଛି ଅଭିଭାବକମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ଗତ ମଙ୍ଗଳବାର ମାମଲାର ଶୁଣାଣି ହୋଇଥିଲା, ଯେଉଁଥିରେ ବୋର୍ଡ କୋର୍ଟଙ୍କୁ ଜଣାଇଥିଲା ଯେ ବୁଧବାର ସୁଦ୍ଧା ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ତେଣୁ ମାମଲାର ଶୁଣାଣି ଗୁରୁବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

Show More
Back to top button