ଲକଡାଉନ: ୧୦ ହଜାର ଲୋକଙ୍କ ଖାଇବା ଦାୟିତ୍ୱ ନେଲେ ଗାଙ୍ଗୁଲି


କୋଲକାତା: ମହାମାରୀ କରୋନା ଭାଇରସ ପାଇଁ ସାରା ଦେଶ ଲକଡାଉନ ହୋଇଛି। ଏହି ସମୟରେ ଅନେକ ଲୋକ ନିଜର ଭୋକ ମେଣ୍ଟାଇବାକୁ ସଂଘର୍ଷ କରୁଛନ୍ତି। କୋଲକାତାରେ ଖାଇବା ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ଦାୟିତ୍ୱ ବିସିସିଆଇ ବସ ସୌରଭ ଗାଙ୍ଗୁଲି ନେଇଛନ୍ତି।
ସେ ଇସ୍କନର କୋଲକାତା ସେଣ୍ଟରର ସହଭାଗିତାରେ ୧୦ ହଜାର ଲୋକଙ୍କୁ ପ୍ରତିଦିନ ଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଲକଡାଉନ ଯେତିଦିନ ଯାଏ ଜାରି ରହିବ ଦାଦା ଏହି ୧୦ ହଜାର ଲୋକଙ୍କ ଖାଇବା କଥା ବୁଝିବେ। ଗାଙ୍ଗୁଲିଙ୍କ ଏହି ଘୋଷଣା ପୂର୍ବରୁ ଇସ୍କନ ପ୍ରତିଦିନ ୧୦ ହଜାର ଲୋକଙ୍କୁ ଖାଇବାକୁ ଦେଉଥିଲା। ହେଲେ ଏବେ ୨୦ ହଜାର ଲୋକଙ୍କୁ ଇସ୍କନ ଖାଇବାକୁ ଦେବ।
ଆହୁରି ପଢ଼ନ୍ତୁ
ଆଜି ଗାଙ୍ଗୁଲି ଇସ୍କନ ଗସ୍ତ କରି ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କୋଲକାତା ଇସ୍କନର ଉପ-ସଭାପତି ତଥା ମୁଖପାତ୍ର ରାଧାରମଣ ଦାସ କହିଛନ୍ତି, “ଇସ୍କନ କୋଲକାତା ପକ୍ଷରୁ ପ୍ରତିଦିନ ୧୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦେଉଥିଲା। ବର୍ତ୍ତମାନ ଆମର ପ୍ରିୟର ସୌରଭ ଦାଦା ଆମକୁ ସବୁ ପ୍ରକାରର ସହଯୋଗ କରିଛନ୍ତି।
ସେ କରିଥିବା ଦାନ ଯୋଗୁ ଆମେ ଏବେ ପ୍ରତିଦିନ ୨୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇପାରିବୁ।” ଏହାପୂର୍ବରୁ ଗାଙ୍ଗୁଲି ବେଲୁର ମଠକୁ ୨୦ ହଜାର କେଜି ଚାଉଳ ଦାନ କରିଥିଲେ।