

ସତ୍ୟଶିଖା(ନୂଆଦିଲ୍ଲୀ) ୦୩.୦୪.୨୦୨୧: ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଏଇ ଇ-ପରୀକ୍ଷା ପୋର୍ଟାଲ୍ ଲଞ୍ଚ କରିଛି। ଏଥିରେ ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ନିଜ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ସଂପର୍କରେ ଜାଣିପାରିବେ। ପ୍ରଥମେ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ରେଜିଷ୍ଟେସନ କରିବା ପରେ ସେମାନଙ୍କୁ ୟୁଜର ଆଇଡି ଦିଆଯିବ। ୟୁଜର ଆଇଡି, ପାସଓ୍ୱାର୍ଡ ଓ ସିକ୍ୟୁରିଟି ପିନ୍ ଜରିଆରେ ପରୀକ୍ଷାର୍ଥୀମାନେ ପୋର୍ଟାଲ ଖୋଲିପାରିବେ। ଏହାଛଡା ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଇଣ୍ଟରନାସନାଲ୍ ଗ୍ରେଡ୍ ଏଥିରେ ଉପଲବ୍ଧ ହେବ। ଇ-ପୋର୍ଟାଲରେ ସମସ୍ତ ସୁବିଧା ଉପଲବ୍ଧ ହେଲେ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବେଶ୍ ସହାୟକ ହେବ ବୋଲି ବୋର୍ଡ ନିୟନ୍ତ୍ରକ ସ୍ୱୟଂ ଭରଦ୍ୱାଜ୍ କହିଛନ୍ତି।