ନ୍ୟୁଜ୍ରାଜ୍ୟଶିକ୍ଷା

ଆସନ୍ତା ୧୫ରୁ ନାମ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ

ସତ୍ୟଶିଖା (ଭୁବନେଶ୍ୱର) ୧୩.୧୨.୨୦୨୧: ୩୦ ଜିଲ୍ଲାର ଗରିବ ମେଧା  ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା ପ୍ରଶିକ୍ଷଣ। ରାଜ୍ୟରେ ଏକାଦଶ ଶ୍ରେଣୀର ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର  କୋଚିଂ।

ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ  ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ବିଦ୍ୟାର୍ଥୀଙ୍କୁ ଏହି ପ୍ରଶିକ୍ଷଣ ମିଳିବ।  ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ମେଡିକାଲ(ନିଟ୍‌), ଆଇଆଇଟି, ଜେଇଇ(ଇଞ୍ଜିନିୟରିଂ) ଓ ନେସନାଲ ଡିଫେନ୍ସ ଏକାଡେମୀ(ଏନ୍‌ଡିଏ) ପ୍ରବେଶିକା ପରୀକ୍ଷାରେ ପ୍ରସ୍ତୁତି ପାଇଁ  ପ୍ରଶିକ୍ଷଣ(କୋଚିଂ) ଦିଆଯିବ।

ଆସନ୍ତା ୧୫ ତାରିଖରୁ ଛାତ୍ରଛାତ୍ରୀ  ଏଥିପାଇଁ ନାମ ପଞ୍ଜୀକରଣ କରିପାରିବେ। ଆସନ୍ତା ୧୫ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇ ଜାନୁଆରୀ ୧୨ ପର୍ଯ୍ୟନ୍ତ ଚାଲିବ। ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କର ପରୀକ୍ଷା କରିବା ପରେ ପ୍ରଶିକ୍ଷଣ ପାଇଁ ମନୋନୟନ କରାଯିବ।

ମାଧ୍ୟମିକ ଶିକ୍ଷା ପରିଷଦ(ଏଚ୍‌ଏସ୍‌ଇ) ପରୀକ୍ଷାର ୫୦ % ଏବଂ ହେବାକୁ ଥିବା ପ୍ରବେଶିକାର ୫୦ % ମାର୍କକୁ ଗଣନା କରାଯିବା ପରେ  ଯୋଗ୍ୟତା ଭିତ୍ତିରେ ମେଧା ବିଦ୍ୟାର୍ଥୀଙ୍କୁ ମନୋନୟନ କରାଯିବ। ପ୍ରଶିକ୍ଷଣ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର  ଜାନୁଆରୀ ୧୫ ପୂର୍ବାହ୍ଣ ୧୧ଟାରେ ପରୀକ୍ଷା କରାଯିବ।

Show More
Back to top button