ସତ୍ୟଶିଖା (ଭୁବନେଶ୍ୱର) ୨୩/୧୧/୨୦୨୦: ଶୀତ ଋତୁରେ ସାଧାରଣତଃ ମହିଳା ଓ ପୁରୁଷଙ୍କର କେଶ ଉପୁଡିବା ସମସ୍ୟା ଦେଖାଦେଇଥାଏ । ଏହାର ଅନେକ ଉପଚାର ରହିଛି କିନ୍ତୁ କେଉଁଟି ଉପଯୋଗୀ ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ । କେଶ ଉପୁଡିବା ସମସ୍ୟା ଆଜିକାଲି ପ୍ରାୟ ସବୁ ବୟସ ଲୋକଙ୍କର ଏକ ସାଧାରଣ ସମସ୍ୟା ହୋଇଗଲାଣି ।
ସୁସ୍ଥ ଓ ସୁନ୍ଦର କେଶ ପାଇଁ ଖାଦ୍ୟପେୟ ଓ ଜୀବନଶୈଳୀରେ ସନ୍ତୁଳନ ରଖିବା ଆବଶ୍ୟକ। କେଶ ଝଡ଼ିବା ରୋକିବାକୁ ଅନେକ ଘରୋଇ ଉପଚାର ଉପଯୋଗୀ ପ୍ରମାଣିତ ହୋଇଥାଏ । ତେବେ ଥଣ୍ଡା ଯୋଗୁଁ କେଶ ଝଡ଼ିବା ସମସ୍ୟା କିଛି ସରଳ ଉପାୟରେ ଦୂର କରାଯାଇପାରିବ ।
ନଡ଼ିଆ ତେଲ ଓ ଲେମ୍ବୁ ରସ – ୫୦ ମିଲିଗ୍ରାମ ନଡ଼ିଆ ତେଲରେ ୫୦ ମିଲିଗ୍ରାମ ରାଶି ତେଲ ଓ ୨୫ ଗ୍ରାମ କାଷ୍ଟର ତେଲ ମିଶାଇ ଦିଅନ୍ତୁ । ଏହାକୁ ୨-୩ ମିନିଟ ଗରମ କରିଦିଅନ୍ତୁ । ଏହାପରେ ଏହି ତେଲରେ ୧୫ ଗ୍ରାମ ରସୁଣ ଛେଚି, ୧୫ ଗ୍ରାମ ଅଦା ଛେଚି ଓ ଦୁଇ ଚାମଚ ଲେମ୍ବୁ ରସ ମିଶାନ୍ତୁ । ଥଣ୍ଡା ହେବାପରେ କେଶରେ ଲଗାଇ ୨ ଘଣ୍ଟା ଛାଡି ଦିଅନ୍ତୁ । ଏହାପରେ ସଫା କରିଦିଅନ୍ତୁ । ଏହା କେଶକୁ ଘନ, ଲମ୍ବା ଓ ଚିକ୍କଣ କରିଥାଏ ।
ନାଲି ଲଙ୍କା ଓ ଡାଲଚିନି ତେଲ – ୫୦ ଗ୍ରାମ ଲବଙ୍ଗ ପାଉଡର, ୫୦ ଗ୍ରାମ ଡାଲଚିନି ପାଉଡର, ୧୫ ଗ୍ରାମ ଲାଲ ଲଙ୍କା ଗୁଣ୍ଡକୁ ୧୦୦ ମିଲିଗ୍ରାମ ନଡ଼ିଆ ତେଲ ମିଶାଇ ଦିଅନ୍ତୁ । ଯେଉଁ ଜାଗାର କେଶ ଝଡ଼ୁନାହିଁ ସେହି ଜାଗାରେ ଏହି ତେଲକୁ ମାଲିସ କରନ୍ତୁ । ଏହି ତେଲକୁ ରାତିରେ ଲଗାଇ ସକାଳୁ କୌଣସି ଭଲ ସାମ୍ପୁରେ କେଶ ସଫା କରିଦିଅନ୍ତୁ ।
ଆପଲ ହେୟାର ମାସ୍କ – ଗ୍ରୀନ ଆପଲର ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ନଡ଼ିଆ ପାଣିରେ ମିଶାଇ କିଛି ସମୟ ପାଇଁ ଗରମ କରନ୍ତୁ । ଏହାପରେ ଚାଉଳ ଧୁଆ ପାଣି କିମ୍ବା ପେଜ ଓ ଭିଟାମିନ-ଇ କ୍ୟାପ୍ସୁଲ ମିଶାଇ ଦିଅନ୍ତୁ । ଥଣ୍ଡା ହେବାପରେ ଏହାକୁ କେଶ ମୂଳରେ ଏବଂ ପୁରା କେଶରେ ଭଲ ଭାବେ ଲଗାଇ ଦିଅନ୍ତୁ । ଘଣ୍ଟେ ପରେ କେଶକୁ କୌଣସି ଭଲ ସାମ୍ପୁରେ ସଫା କରିଦିଅନ୍ତୁ ।