ରୋଷେଇ

ଫୁଲକୋବି-65

ସତ୍ୟଶିଖା (ଭୁବନେଶ୍ୱର) ୦୯,୧୧,୨୦୨୩ : ଆବଶ୍ୟକ ସାମଗ୍ରୀ-

ଫୁଲକୋବି, ଲୁଣ, ତେଲ, ଦହି, କାଶ୍ମୀର ଚିଲ୍ଲୀ ପାଉଡର, ହଳଦୀ ପାଉଡର, ଗରମ ମସଲା, ଧନିଆ ପାଉଡର, ଭ୍ରୁସଙ୍ଗ ପତ୍ର , ଧନିଆ  ପତ୍ର, ଅଦା, ରସୁଣ, ଲେମ୍ବୁ ରସ , କର୍ଣ୍ଣଫ୍ଲୋର, ଚାଉଳ ଚୂନା, ଜିରା , ଶୁଖିଲା ଲଙ୍କା ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଫୁଲକୋବିକୁ ଛୋଟ ଛୋଟ କାଟି, ହଳଦୀ ପାଣିରେ ପକାଇ ୫ ରୁ ୧୦ ମିନିଟ ଯାଏ ରଖିବେ । ତାପରେ ଗ୍ୟାସରେ କଡେଇ ବସେଇ, ପାଣି ଢାଲି ଫୁଟାଇବେ । ପାଣି ଫୁଟି ଆସିଲେ ସେଥିରେ କଟା ଫୁଲକୋବିକୁ ହଳଦୀ ପାଣିରୁ ଛାଣି, ଫୁଟୁଥିବା ପାଣିରେ ପକାଇବେ । ତାପରେ ସେଥିରେ ଅଳ୍ପ ଲୁଣ ପକାଇ ଅଧା ସିଝାଇବେ । ଫୁଲକୋବି ଅଧା ସିଝିବା ପରେ , ପାଣିରୁ ଛାଣି ଏକ ପାତ୍ରରେ ରଖିବେ । ତାପରେ ଆଉ ଏକ ପାତ୍ର ନେଇ ସେଥିରେ ତେଲ, ଦହି, କାଶ୍ମୀର ଚିଲ୍ଲୀ ପାଉଡର, ହଳଦୀ ପାଉଡର, ଗରମ ମସଲା, ଲୁଣ, ଧନିଆ ପାଉଡର, କଟା ହୋଇଥିବା ଭ୍ରୁସଙ୍ଗ ପତ୍ର ,କଟା ଧନିଆ  ପତ୍ର, ଅଦା-ରସୁଣ ପେଷ୍ଟ ,ଲେମ୍ବୁ ରସ , କର୍ଣ୍ଣଫ୍ଲୋର, ଚାଉଳ ଚୂନା ପକାଇ ଭଲଭାବେ ଗୋଳାବେ । ଏହାପରେ ସେଥିରେ ସିଝାଇ ଥିବା ଫୁଲକୋବିକୁ ପକାଇ ମିକ୍ସ କରିବେ । ତାପରେ ପୁଣି ଗ୍ୟାସରେ ତେଲ କଡେଇ ବସେଇ, ସେଥିରେ ପ୍ରସ୍ତୁତ କରିଥିବା ଫୁଲକୋବିକୁ ପକାଇ ଛାଣିବେ । ଏହାପରେ ପୁଣି ଗ୍ୟାସରେ ଆଉ ଏକ ପ୍ୟାନ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା ,ଶୁଖିଲା ଲଙ୍କା, କଟା ରସୁଣ, ଅଦା, ଭ୍ରୁସଙ୍ଗ ପତ୍ର ଏବଂ ଦହି ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଫ୍ରାଏ କରିଥିବା ଫୁଲକୋବି ପକାଇ ମିକ୍ସ କରି, ଗ୍ୟାସ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଫୁଲକୋବି-65 । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ  ।

Show More
Back to top button