ସତ୍ୟଶିକ୍ଷା (ବଲାଙ୍ଗୀର) ୨୯.୦୯.୨୦୨୦ : ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାରେ ଗୋହତ୍ୟା ବଢିବାରେ ଲାଗିଛି । ଗତ କାଲି ରାତିରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲ ଗ୍ରାମ ଠାରେ ଏକ ଜୀଅନ୍ତା ଗାଇକୁ ହତ୍ୟା କରି ତାର ମାଂସ ନେବା ପାଇଁ ଉଦ୍ୟମ କରୁଥିବା ବେଳେ ଗାଁ ଲୋକେ ଚଢ଼ଉ କରିଥିଲେ । ଚାରିଜଣ ଫେରାର ମାରିଥିବା ବେଳେ, କୁଶମେଲ ଗ୍ରାମର କେଶନ ନାଗ ନାମକ ଜଣେ ବ୍ୟକ୍ତିକୁ କାବୁ କରିଥିଲେ ଗାଁ ଲୋକେ । ସଦର ପୋଲିସ ଆସି କେଶନକୁ ଥାନା କୁ ନେଇ ଅଟକ ରଖିଥିବା ବେଳେ ବଲାଙ୍ଗୀର କଲେଜଛକ ଏବଂ ଚନ୍ଦନଭାଟି ଅଞ୍ଚଳର ଅନ୍ୟ ଚାରିଜଣ ଫେରାର ମାରିଥିଲେ ।
ବଢିବାରେ ଲାଗିଛି ବଲାଙ୍ଗୀର ଜିଲ୍ଲାରେ ଗୋହତ୍ୟା l
