ଅପରାଧନ୍ୟୁଜ୍ରାଜ୍ୟ

ବଢିବାରେ ଲାଗିଛି ବଲାଙ୍ଗୀର ଜିଲ୍ଲାରେ ଗୋହତ୍ୟା l

ସତ୍ୟଶିକ୍ଷା (ବଲାଙ୍ଗୀର) ୨୯.୦୯.୨୦୨୦ : ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାରେ ଗୋହତ୍ୟା ବଢିବାରେ ଲାଗିଛି । ଗତ କାଲି ରାତିରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲ ଗ୍ରାମ ଠାରେ ଏକ ଜୀଅନ୍ତା ଗାଇକୁ ହତ୍ୟା କରି ତାର ମାଂସ ନେବା ପାଇଁ ଉଦ୍ୟମ କରୁଥିବା ବେଳେ ଗାଁ ଲୋକେ ଚଢ଼ଉ କରିଥିଲେ । ଚାରିଜଣ ଫେରାର ମାରିଥିବା ବେଳେ, କୁଶମେଲ ଗ୍ରାମର  କେଶନ ନାଗ ନାମକ ଜଣେ ବ୍ୟକ୍ତିକୁ କାବୁ କରିଥିଲେ ଗାଁ ଲୋକେ । ସଦର ପୋଲିସ ଆସି କେଶନକୁ ଥାନା କୁ ନେଇ ଅଟକ ରଖିଥିବା ବେଳେ  ବଲାଙ୍ଗୀର କଲେଜଛକ ଏବଂ ଚନ୍ଦନଭାଟି ଅଞ୍ଚଳର  ଅନ୍ୟ ଚାରିଜଣ  ଫେରାର ମାରିଥିଲେ ।ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ, ଶୀଘ୍ର ଚାରିଜଣ ଙ୍କୁ ଗିରଫ କରିବା ସହିତ ଗୋ ହତ୍ୟାକାରିଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଜି ଜ଼ୀଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଥିଲେ ବିଶ୍ଵ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ର କର୍ମକର୍ତ୍ତା ମାନେ । ଶୀଘ୍ର ଦୋଷୀଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଉଭୟ ସଂଗଠନର  କର୍ମକର୍ତ୍ତା ଚେତାଵନି ଦେଇଛନ୍ତି ।

Show More
Back to top button