ରାଜ୍ୟ

ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨ କରୋନା ପଜିଟିଭି

ଭୁବନେଶ୍ୱର(ସତ୍ୟଶିଖା) : ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୧୩୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୨ ଜଣ  ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତରଖାନାରେ ଥିବାବେଳେ ଜଣେ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ।  ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆପୋଲୋ ହସ୍ପିଟାଲ କର୍ମଚାରୀ ଥିବା ବେଳେ ଅନ୍ୟ ଜଣେ ନୟାପଲ୍ଲୀ ଶ୍ରୀରାମ ବିହାର ଆପର୍ଟମେଣ୍ଟର ବୋଲି ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ

କରୋନାରେ ଆକ୍ରାନ୍ତ ହୋଇଥିବା ଆପୋଲୋ କର୍ମଚାରୀ ୨୫ ବର୍ଷର ଯୁବକ ଓ ସେ ପୂର୍ବରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ସୁରତ୍‌ ଲିଙ୍କ୍‌ ଥିବା ଜଣାଯାଇଛି। ତାଙ୍କ ପରିବାରରୁ ଜଣ ସୁରତ୍‌ ଯାଇଥିଲେ। ଏହି ବ୍ୟକ୍ତି ଜଣକ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

ସେହିପରି ଅନ୍ୟ ଆକ୍ରାନ୍ତ ଜଣକ ନୟାପଲ୍ଲୀ ଶ୍ରୀରାମନଗରର ଜଣେ ୬୭ ବର୍ଷ ବୟସ୍କ ବୃଦ୍ଧ।  ସେ ହୋମ କ୍ୱାରେଣ୍ଟାଇନ୍‌ରେ ଥିଲେ।

ସୂଚନାଥାଉ କି, ରାଜ୍ୟରେ ଆଉ ୧୩୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ  ଚିହ୍ନଟ ହୋଇଥିବା ବେଳେ‌ ୨ ଟି ଲୋକାଲ ଥିବା ଜଣାଯାଇଛି।

 



[ad_2]

Show More
Back to top button