USରେ PM ମୋଦୀ, ଗୌତମ ଅଦାନୀ ଏବଂ ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ବିରୋଧରେ ମୋକଦ୍ଦମା, ଜାରି ହେଲା ସମନ

ସତ୍ୟଶିଖା( ନୂଆଦିଲ୍ଲୀ )୦୧.୦୯ . ୨୦୨୨:  ଉଦ୍ୟୋଗପତି ଗୌତମ ଅଦାନୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ଆମେରିକା କୋର୍ଟରେ ମୋକଦ୍ଦମା ଦାୟର ହୋଇଛି। ଏହି ସମ୍ବନ୍ଧରେ ତିନି ଜଣଙ୍କୁ ଆମେରିକା କୋର୍ଟ ପକ୍ଷରୁ ସମନ ମଧ୍ୟ ଜାରି ହୋଇଛି। ପେଗାସସ, ଦୁର୍ନୀତି ସମେତ ଅନେକ ପ୍ରସଙ୍ଗକୁ ନେଇ ରିଚମଣ୍ଡର ଡାକ୍ତର ଲୋକେଶ ଭୟୁର ଏହି ବ୍ୟକ୍ତି ବିଶେଷଙ୍କ ବିରୋଧରେ ଏତଲା ଦେଇଛନ୍ତି।

ନ୍ୟୁୟର୍କରେ ଭାରତୀୟ-ଆମେରିକୀ ଓକିଲ ରବି ବାତ୍ରା ପ୍ରଥମରୁ ଏହି ମୋକଦ୍ଦମା ବନ୍ଦ ହୋଇସାରିଥିବା କହିଥିଲେ। କିନ୍ତୁ ଆମେରିକା ଡିଷ୍ଟ୍ରିକ୍ଟ କୋର୍ଟ ଫର ଦ ଡିଷ୍ଟ୍ରିକ୍ଟ ଅଫ କୋଲମ୍ବିଆ ତରଫରୁ ଏହି ନେତାଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ସମନ ଜାରି କରାଯାଇଛି। ମୋକଦ୍ଦମାରେ ବିଶ୍ଵ ଆର୍ଥିକ ମଞ୍ଚର ଅଧ୍ୟକ୍ଷ ପ୍ରଫେସର କ୍ଲାଉସ୍ ଶ୍ଵାବଙ୍କ ନାମ ମଧ୍ୟ ସାମିଲ୍।

ଆନ୍ଧ ପ୍ରଦେଶରୁ ଆସିଥିବା ଭାରତୀୟ-ଆମେରିକୀ ଡାକ୍ତର ଲୋକେଶ ଭୟୁର ବିନା କୌଣସି ପ୍ରମାଣରେ ଏହି ନେତାଙ୍କୁ ଘେରିଛନ୍ତି। ସେ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ, ରେଡ୍ଡୀ ଏବଂ ଅଦାନୀ ପରି ଅନେକ ଲୋକ ଦୁର୍ନୀତି ଏବଂ ରାଜନୈତିକ ବିରୋଧୀଙ୍କ ବିରୋଧରେ ପେଗାସସ ସ୍ପାଇଓ୍ଵେୟାରର ବ୍ୟବହାର କରିଛନ୍ତି। ଏଥିପାଇଁ ଆମେରିକାରେ ବଡ ସ୍ତରରେ ମୋଟା ଅଙ୍କର ଅର୍ଥ ମଧ୍ୟ ପଠାଯାଇଛି।

Exit mobile version