ଦୃଷ୍ଟି ଶକ୍ତି ମଜବୁତ କରେ ଗାଜର


ସତ୍ୟଶିଖା(ଭୁବନେଶ୍ୱର) ୧୫.୧୧.୨୦୨୩ : ଆମ ଶରୀର ପାଇଁ ବେଶ୍ ଉପକାରୀ ଗାଜର। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ହାଡ, ଅସ୍ଥି ଓ ମଜ୍ଜାକୁ ଶକ୍ତ କରିଥାଏ। ଏଥିରେ ଭିଟାମିନ୍ସ, ଫାଇଭର ଓ ଆର୍ଟି ଅକ୍ସିଡାଣ୍ଟ ଉପାଦନ ଭରି ରହିଛି। ଗାଜରରେ କାରୋଟିନ୍ ନାମକ ଏକ ଉପାଦନ ଦୃଷ୍ଟି ଶକ୍ତିକୁ ଆହୁରୀ ମଜଭୁତ କରିଥାଏ।
ଏଥିରେ ଭିଟାମିନ୍-ସି ଶରୀରରେ ଆଣ୍ଟିବଡି ଗଠନ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହା ରକ୍ତରେ ଶର୍କରାର ପରିମାଣକୁ ସନ୍ତୁଳନ ରଖିବା ସହ ଉଚ୍ଚ ରକ୍ତଚାପକୁ ସନ୍ତୁଳିତ ରଖିଥାଏ। ଏଥିରେ ଥିବା ଫାଇବର ତତ୍ୱ ଓଜନକୁ ସନ୍ତୁଳିତ ରଖେ । କଞ୍ଚା ଗାଜର ଖାଇବା ଦ୍ୱାରା ଦାନ୍ତ ଶକ୍ତ ହୋଇଥାଏ।
ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ ..
ବୟସ ବଢିବା ସହିତ ଶରୀର କମ୍ ଜୋର ହେବାରେ ଲାଗେ । ଗାଜର ଖାଇବା ଦ୍ୱାରା ଏହି ସମସ୍ୟା କମ୍ ହୋଇଥାଏ । ଗାଜର ଜୁସ୍ ପିଇବା ଦ୍ୱାରା ଶରୀରକୁ ଏନର୍ଜି ମିଳିଥାଏ ।
ଗାଜର ଜୁସ୍ ପିଇବା ଦ୍ୱାରା, ପାଚନ ତନ୍ତ୍ର ମଜ୍ବୁତ୍ ହୋଇଥାଏ । ଏହା ସେବନ କରିବା ଦ୍ୱାରା, ଅନେକ୍ ରୋଗବେମାରୀ ଠାରୁ ଏହା ରକ୍ଷା କରିବାରେ ସାହାଯ୍ୟ କରେ ଏବଂ ଶରୀରକୁ ସୁସ୍ଥ ରଖେ ।
ଶରୀରରେ ଭିଟାମିନ୍ର ଅଭାବ ଥିଲେ, କଂଚା ଗାଜର କିମ୍ବା ଗାଜରରୁ ପ୍ରସ୍ତୁତ ଜୁସ୍ ପିଇ ପାରିବେ ।
ଗାଜର ଖାଇବା ଦ୍ୱାରା, ବ୍ଲଡ ପ୍ରେସର୍ କଣ୍ଟ୍ରୋଲ ହୋଇଥାଏ । ତେଣୁ ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ଗାଜର ସାମିଲ କରିବା ଆବଶ୍ୟକ ।
ଗାଜର ଜୁସ୍ ପିଇବା ଦ୍ୱାରା ଏହା ତ୍ୱଚାରେ ଚମକ ଆସିଥାଏ ଏବଂ ତ୍ୱଚାରେ ଥିବା ଦାଗ ଦୂର କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ ।