ସତ୍ୟଶିଖା (ଭୁବନେଶ୍ୱର) ୧୦,୧୧,୨୦୨୩: ଧାନ ବିଲରୁ ମିଳିଲା ଦନ୍ତା ହାତୀର ମୃତଦେହ । ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ସେକ୍ସନ ସଲେଇକେନା ପଞ୍ଚାୟତ ଭାଡିମରା ଜୁଆଙ୍ଗ ସାହିରେ ଏକ ଧାନ ବିଲ ମଧ୍ୟରୁ ମିଳିଛି ଦନ୍ତା ହାତୀର ମୃତଦେହ । ତିନି ଦନ୍ତାହାତୀ ମଧ୍ୟରେ ସଂଘର୍ଷ ହୋଇ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଯେହେତୁ ବର୍ତ୍ତମାନ ହାତୀମାନଙ୍କର ମିଳନର ସମୟ । ମାଇହାତୀଙ୍କ ସହିତ ମିଳନ ପାଇଁ ଦନ୍ତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇ ସଂର୍ଘଷ ହୋଇଥାଏ । ସେହି କାରଣରୁ ମୃତ୍ୟୁ ଘଟିଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଅନୁମାନ କରାଯାଉଛି । ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ବନବିଭାଗ ପ୍ରକାଶ କରିଛି ।
ଧାନ ବିଲରୁ ମିଳିଲା ଦନ୍ତା ହାତୀର ମୃତଦେହ
