ବାସ୍ତୁଶାସ୍ତ୍ରରାଶିଫଳ

ଏହି ରାଶି ଉପରେ ୧୦ ବର୍ଷ ରହିବନି ଶନିଙ୍କ ସାଢେସାତୀ ପ୍ରଭାବ

ସତ୍ୟଶିଖା(ଭୁବନେଶ୍ୱର) ୩୦.୦୭.୨୦୨୧: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆସନ୍ତା ୧୦ ବର୍ଷ ମଧ୍ୟରେ ଗୋଟିଏ ରାଶି ଉପରେ ଶନି ସାଢେସାତୀ ପ୍ରଭାବ ରହିବ ନାହିଁ। ଏବେ ଶନିଙ୍କ ସାଢେସାତୀ ମହାଦଶା ମକର ରାଶି, ଧନୁ ରାଶି ଓ କୁମ୍ଭ ରାଶିରେ ଚାଲୁଛି। ସେହିପରି ଶନିଙ୍କ ସାଢେସାତୀ ଧନୁ ରାଶି ଲୋକଙ୍କର ଶେଷ ପର୍ଯ୍ୟାୟ ଚାଲିଥିବା ବେଳେ ମକର ରାଶି ବ୍ୟକ୍ତିଙ୍କର ଦ୍ୱିତୀୟ ପର୍ଯ୍ୟାୟ ଓ କୁମ୍ଭ ରାଶି ଲୋକଙ୍କ ପାଇଁ ପ୍ରଥମ ପର୍ଯ୍ୟାୟ ଚାଲିଛି। ତେବେ ସିଂହ ରାଶି ଉପରେ ଶନିଙ୍କ ସାଢେସାତୀ ପ୍ରଭାବ ଆଗାମୀ ୧୦ ବର୍ଷ ମଧ୍ୟରେ ରହିବନି। କିନ୍ତୁ ଏହି ରାଶି ଶନି ଧାୟାଙ୍କ କବଳରେ ରହିବ।

ସୂର୍ଯ୍ୟ ହେଉଛନ୍ତି ସିଂହର ରାଶିର ପ୍ରଭୁ। ୨୦୨୨ ମସିହା ଏପ୍ରିଲ ୨୯ରେ ଶନି ମକର ରାଶିରୁ କୁମ୍ଭକୁ ଗମନ କରିବେ। ସେଥିପାଇଁ ମକର, କୁମ୍ଭ ଓ ମୀନ ରାଶିର ଲୋକମାନଙ୍କ ଉପରେ ଶନିଙ୍କ ସାଢେ ସାତୀ ରହିବ। କର୍କଟ ଓ ବୃଷ ରାଶି ଧାୟା କବଳରେ ରହିବ।

୨୦୨୩-୨୦୨୪ରେ ଶନିଙ୍କ ରାଶିରେ କୌଣସି ପରିବର୍ତ୍ତନ ହେବନି। ୨୦୨୫ ମାର୍ଚ୍ଚ ୨୯ରେ ଶନି ମୀନ ରାଶିକୁ ଗମନ କରିବେ। ତେଣୁ କୁମ୍ଭ, ମୀନ ଓ ମେଷ ଉପରେ ଶନି ସାଢେ ସାତୀ ରହିବ। ୨୦୨୭ରେ ଶନିଙ୍କ ରାଶି ପରିବର୍ତ୍ତନ ହେବ ନାହିଁ। ହେଲେ ୨୦୨୮ ଜୁନ୍ ୩ରେ ଶନି ମେଷ ରାଶିରେ ପ୍ରବେଶ କରିବେ। ଫଳରେ ଶନିଙ୍କ ଅର୍ଦ୍ଧ ଶତାବ୍ଦୀର ପ୍ରଭାବ ମୀନ, ମେଷ ଓ ବୃଷ ରାଶି ଉପରେ ପଡ଼ିବ। କନ୍ୟା ଓ ମକର ରାଶି ଉପରେ ଶନି ଧାୟା ରହିବ।

Show More
Back to top button