ନ୍ୟୁଜ୍ରାଜ୍ୟ

ବଦଳିଲା କ୍ୟାପିଟାଲ ହସ୍ପିଟାଲ ଓପିଡି ଖୋଲିବା ସମୟ

ସତ୍ୟଶିଖା(ଭୁବନେଶ୍ୱର )୩୦.୧୧.୨୦୨୨:  ବଦଳିଲା କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ(ଓପିଡି) ଖୋଲା ରହିବା ସମୟ। ଆସନ୍ତା ଡିସେମ୍ବର ୧ତାରିଖରୁ ପ୍ରତ୍ୟେକ ଦିନ ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ(ଓପିଡି) ଖୋଲା ରହିବ। ତେବେ ପ୍ରତ୍ୟେକ ଦିନ ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ଭୋଜନ ପାଇଁ ବର୍ହିବିଭାଗ ବନ୍ଦ ରହିବ। ଏନେଇ ଆଜି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଜାରି କରାଯାଇଛି। ସୂଚନାରେ ଆହୁରି କୁହାଯାଇଛି, ବର୍ହିବିଭାଗ ଖୋଲା ରହିବା ସହ ରୋଗୀଙ୍କ ପାଇଁ ପଞ୍ଜିକରଣ କାଉଣ୍ଟର ସକାଳ ୮. ୩୦ରୁ ଦିନ ୧୨.୩୦ ଓ ୧.୩୦ରୁ ୪.୩୦ ପର୍ଯ୍ୟନ୍ତ ଖୋଲା ରହିବ। Image

ଜରୁରୀକାଳୀନ ସେବା ସମସ୍ତ ଦିନ ୨୪ ଘଣ୍ଟା ଖୋଲା ରହିବ। ରକ୍ତ ନମୁନା ସଂଗ୍ରହ ଓ ପରୀକ୍ଷା ଓପିଡି ସମୟ ଅନୁସାରେ ଖୋଲା ରହିବ। ସପ୍ତାହର ସବୁଦିନ ଏହି ସୁବିଧା ଉପଲବ୍ଧ ହେବ। ସୂଚନା ଥାଉକି, ଏଠାରେ ପୂର୍ବରୁ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଓ ପୁନଶ୍ଚ ଅପରାହ୍ନ ୪ରୁ ୬ଟା ପର୍ଯ୍ୟନ୍ତ ଓପିଡ଼ି ଖୋଲୁଥିଲା। ଶୀତଦିନ ଓପିଡି ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲୁଥିଲା। ହେଲେ ଏଥିରେ ପରିବର୍ତ୍ତନ କରାଯାଇଛି। କାରଣ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଏବଂ Post Graduate Institute of Medical Education and Researchରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନରେ ଦୂରଦୂରାନ୍ତରୁ ରୋଗୀମାନେ ଏଠାକୁ ଚିକିତ୍ସା ନିମନ୍ତେ ଛୁଟି ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ଏଠାରେ ଚିକିତ୍ସା ସୁବିଧା ବଢ଼ାଇବାକୁ ପଦକ୍ଷେପ ନେଇଛନ୍ତି ଓ ଓପିଡି ସମୟରେ ପରିବର୍ତ୍ତନ କରିଛନ୍ତି।

Show More
Back to top button