ଦେଶ

ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଟିପ୍ପଣୀ, ରାହୁଲଙ୍କୁ ଘେରିଲେ ଶାହନାଓ୍ୱାଜ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ କରିଥିବା ଟୁଇଟକୁ ନେଇ ଆପତ୍ତି ଉଠାଇବା ସହ ଏ ନେଇ ରାହୁଲ ତୁରନ୍ତ କ୍ଷମା ମାଗିବା ଦରକାର ବୋଲି ବିଜେପି କହିଛି। ରବିବାର ବିଜେପି ନେତା ଶାହନାୱାଜ ହୁସେନ୍ କହିଛନ୍ତି, କଂଗ୍ରେସ ଦଳ ଏବଂ ରାହୁଲ ଗାନ୍ଧୀ ଉଭୟ ସମ୍ମାନ ଏବଂ ଶାଳୀନତା ଭୁଲି ଏଭଳି କହି ଦେଶକୁ ଅପମାନ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏପରି ଅପମାନ ଦେଶବାସୀ କେବେ କ୍ଷମା କରିବେନି। ରାହୁଲ ଗାନ୍ଧୀ ଯେଉଁ ପ୍ରକାରର ଶବ୍ଦ ବ୍ୟବହାର କରୁଛନ୍ତି, ଏପରି ଶବ୍ଦ ଶତ୍ରୁ ଦେଶର ନେତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ବ୍ୟବହାର କରିବେନି ବୋଲି ଶାହନଓ୍ୱାଜ ହୁସେନ୍ ନିଜର ଏକ ଭିଡିଓ ପୋଷ୍ଟ ଜରିଆରେ କହିଛନ୍ତି।

ରବିବାର ରାହୁଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଏକ ଟୁଇଟ୍ କରିଥିଲେ। ନରେନ୍ଦ୍ର ମୋଦିଙ୍କୁ ‘ଆତ୍ମସମର୍ପଣ ମୋଦି’ ବୋଲି କହିଛନ୍ତି। ଚୀନ୍ ନିକଟରେ ମୋଦି ଆତ୍ମସମର୍ପଣ କରି ଭାରତୀୟ ଅଞ୍ଚଳକୁ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ

ନିକଟରେ ପ୍ରଧାନମନ୍ତ୍ରୀ କହିଥିଲେ ସୀମା ଭିତରକୁ ଚୀନର ସେନା ପ୍ରବେଶ କରି ନାହାନ୍ତି। ହେଲେ ଚୀନ ସେନା ପ୍ରବେଶ କରିଥିବା କଂଗ୍ରେସ ଦାବି କରିଛି। ସାଟେଲଇଟ୍ ଇମେଜରେ ଏଭଳି ଜଣାପଡିଛି ବୋଲି ରାହୁଲ୍ ଗାନ୍ଧୀ ଇଣ୍ଡିଆ ଟୁଡେ ଚ୍ୟାନେଲର ଏକ ଭିଡିଓକୁ ପୋଷ୍ଟ କରି କହିଛନ୍ତି। ମୋଦି ତାଙ୍କ ମନ୍ତବ୍ୟ ପାଇଁ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବା ଦରକାର ବୋଲି କଂଗ୍ରେସ ଦାବି କରିଛି।



[ad_2]

Show More
Back to top button