ନ୍ୟୁଜ୍ରାଜନୀତିରାଜ୍ୟ

ବାଲେଶ୍ବରରେ 12 ଘଣ୍ଟିଆ ବନ୍ଦ ପାଳନ

ସତ୍ୟଶିଖା (ବାଲେଶ୍ବର )୩୦/୧୦ /୨୦୨୧: ମମିତା ମେହେର ନିଖୋଜ ମାମଲାରେ ତେଜୁଛି ରାଜନୀତି । ବିରୋଧୀଙ୍କ ହୋହଲ୍ଲାରେ କମ୍ପୁଛି ରାଜ୍ୟ । ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ନେଇ ତାଙ୍କ ଇସ୍ତଫା ଦାବିରେ ହୋହଲ୍ଲା କରୁଛନ୍ତି ବିରୋଧି । ଏହି ପରିପ୍ରେକ୍ଷୀରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବାଲେଶ୍ଵର ବନ୍ଦ ଡାକରା ଦିଆଯାଇଛି । ମମିତା ମେହେରଙ୍କୁ ନ୍ୟାୟ ଦାବି ଓ ଘଟଣାର ସିବିଆଇ ତଦନ୍ତ ତଥା ଜିଲ୍ଲାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ତେବେ ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଯାଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ ।

ଜିଲ୍ଲାର ସଦର ମହକୁମା ସହ ବିଭିନ୍ନ ବ୍ଲକରେ ମଧ୍ୟ ବନ୍ଦ ଡାକରା ଦିଆଯାଇଛି। ବାଲେଶ୍ବର ଜିଲ୍ଲା ସଭାପତିଙ୍କ ସମେତ ବିଜେପି କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ଦୋକାନ ବଜାର ବନ୍ଦ କରାଇବା ସହ ଷ୍ଟେସନ ଛକରେ ବରିଷ୍ଠ ନେତାମାନେ ରାସ୍ତା ବନ୍ଦ କରିଥିବା ଦେଖିବାକୁ ମିଳିଛି

Show More
Back to top button