ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ କମିଲା କରୋନା ଗ୍ରାଫ୍‌

ସତ୍ୟଶିଖା( ନୂଆଦିଲ୍ଲୀ )୦୨.୦୩.୨୦୨୨ : ଦେଶରେ କରୋନା ସଂକ୍ରମଣର କମିବାରେ ଲାଗିଛି ଜ୍ଝ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ତିନିମାସ ପରେ ସର୍ବନିମ୍ନ କରୋନା ମାମଲା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬,୯୧୫ ଟି ନୂଆ କରୋନା ମାମଲା ଆସିଛି। ସୂଚନା ଥାଉ କି ଯେ ଏହା ପୂର୍ବରୁ ଡିସେମ୍ବର ୨୭ରେ ସର୍ବନିମ୍ନ କରୋନା ମାମଲା ରିପୋର୍ଟ ହୋଇଥିଲା ଜ୍ଝଡିସେମ୍ବର ୨୭ରେ, ୬,୩୫୮ କରୋନା ମାମଲା ସାମ୍ନାକୁ ଆସିଥିଲା ଜ୍ଝ ​​ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୦ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି।ଏହା ବ୍ୟତୀତ ୧୬,୮୬୪ ରୋଗୀ ଆରୋଗ୍ୟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇଲେ ମୋଟ ପଜେଟିଭ୍‌ଙ୍କ ସଂଖ୍ୟା ୪ କୋଟି ୨୯ ଲକ୍ଷ ୩୧ ହଜାର ୦୪୫ରେ ପହଞ୍ଚିଥିବାବେଳେ ଏବେ ଦେଶର ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୯୨,୪୭୨କୁ ଖସିଆସିଛି ।ବର୍ତ୍ତମାନ ସୁଦ୍ଧା ସମୁଦାୟ ୪ କୋଟି ୨୩ ଲକ୍ଷ ୨୪ ହଜାର ୫୫୦ଜଣ ସୁସ୍ଥ ହୋଇଥିବାବେଳେ ୫ ଲକ୍ଷ ୧୪ ହଜାର ୦୨୩ ଲୋକ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି ଜ୍ଝ ସେହିପରି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି ଯେ ଗତକାଲି ଭାରତରେ କରୋନା ଭୂତାଣୁ ପାଇଁ ୯,୦୧,୬୪୭ ନମୁନା ପରୀକ୍ଷା କରାଯାଇଛି ଓ ଗତକାଲି ପର‌୍ୟ୍ୟନ୍ତ ମୋଟ ୭୬ କୋଟି ୮୩ ଲକ୍ଷ ୮୨ ହଜାର ୯୯୩ ନମୁନା ପରୀକ୍ଷା କରାଯାଇଛି।

Show More
Back to top button