କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ୮ ଅଭିଯୁକ୍ତଙ୍କ ନାଁରେ ୯୦୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ସତ୍ୟଶିଖା( ଭୁବନେଶ୍ୱର)୦୯ .୦୭ . ୨୦୨୨:  କ୍ୟାମେରାମ୍ୟାନ ମାନସ ସ୍ୱାଇଁ ମାମଲାରେ ଚାନ୍ଦବାଲି ଜେଏମଏଫସି କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ମାନସଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଘଟଣାର ମାଷ୍ଟରମାଇଣ୍ଡ ସମ୍ପୂର୍ଣ୍ଣା ଓ୍ୱେବ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତ, ଖାସ୍‌ ବନ୍ଧୁ ତଥା ସହଯୋଗୀ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଚନ ସେଠୀ, କେୟାର ଟେକର ଝୁନା ଭୋଇ, ସହଯୋଗୀ ରାଜ ଓରଫ ରଞ୍ଜନ କୁମାର ନାୟକ, ଭାଗ୍ୟବାନ , ଶର୍ମିଷ୍ଠାର ଭାଇ ପରମେଶ୍ୱର ରାଉତ, କୃଷ୍ଣଚନ୍ଦ୍ର ନାୟକ ଏବଂ ଜଣେ ନାବାଳକଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି।

ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ୮ ଜଣ ଅଭିଯୁକ୍ତଙ୍କ ନାଁରେ ୯୦୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ସେଥିରେ ୩୪ ଜଣ ସାକ୍ଷୀ ରହିଛନ୍ତି । ଏହି ସାକ୍ଷୀଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି ।ତେବେ କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଚାନ୍ଦବାଲି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ନିରଞ୍ଜନ ସେଠୀ, ଝୁନା ଭୋଇ, ପରମେଶ୍ବର ରାଉତ, ଭାଗ୍ୟଧର ନାୟକ, କୃଷ୍ଣଚନ୍ଦ୍ର ନାୟକ ଓ ନାବାଳକ ବିବେକ ନାୟକଙ୍କ ବିରୋଧରେ ଆଇପିସି ଦଫା ୩୦୨, ୩୬୦, ୩୬୩, ୩୬୪, ୪୬୫, ୪୭୧, ୨୦୧, ୨୧୨ ଓ ୩୪ରେ ମାମଲା ରୁଜୁ କରି କ୍ରାଇମବ୍ରାଞ୍ଚ ଚାର୍ଜଟିସ୍ ଦାଖଲ କରିଛି ।

ଫରେନସିକ ସାଇନ୍ସ ଲାବରେଟୋରିରେ ରିକଭର ହୋଇଛି। ଏଥିରେ ଶର୍ମିଷ୍ଠାର କ୍ଷୁଦ୍ର ଭିଡିଓ କ୍ରାଇମବ୍ରାଞ୍ଚ ଜବତ କରିଛି। କିନ୍ତୁ ହତ୍ୟାକାଣ୍ଡ ପଛର ମୂଳ କାରଣ କୁହାଯାଉଥିବା ୬୦ଟି କ୍ଷୁଦ୍ର ଅଶ୍ଳୀଳଭିଡିଓ କେଳେଙ୍କାରୀ ଘଟଣାକୁ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରୁନଥିବାରୁ ଆଜି ବି ହତ୍ୟାକାଣ୍ଡ ପଛର କାରଣ ରହସ୍ୟଜନକ ହୋଇରହିଛି।

Exit mobile version