

ସତ୍ୟଶିଖା(ଭୁବନେଶ୍ୱର )୨୩.୧୧.୨୦୨୨: ଓଜନ କମ୍ କରିବାକୁ ଆଜିକାଲି ଅଧିକାଂଶ ଲୋକ ଘରେ ଟ୍ରେଡ଼ମିଲ କିଣି ରଖୁଛନ୍ତି । ନିଜ ଇଚ୍ଛାରେ ଯେତେବେଳେ ଚାହିଁବେ, କସରତ କରିବା ଲକ୍ଷ୍ୟରେ ଲୋକେ ଏଇ ଯନ୍ତ୍ରଟିକୁ କିଣୁଛନ୍ତି । ଟ୍ରେଡ଼ମିଲ୍ ଘରେ ଥିଲେ, କେତୋଟି କଥା ଜାଣିନେବା ଜରୁରୀ ।
– ସମତଳରେ ଦୌଡ଼ିବା, ଚାଲିବା ଅଭ୍ୟାସ ସମସ୍ତଙ୍କ ପାଖେ ଅଛି । ହେଲେ ଟ୍ରେଡ଼ମିଲରେ ହଠାତ୍ କରି ଅଭ୍ୟାସ ସସ୍ତସଙ୍କ ପାଖେ ଅଛି । ହେଲେ ଟ୍ରେଡ଼ମିଲରେ ହଠାତ କରି ଅଭ୍ୟାସ ଆରମ୍ଭ କରୁଥିଲେ, ଏହାର ବେଗ ଅଧିକ ରଖିବା ଅନୁଚିତ । ଦୁର୍ଘଟଣା ହେବା ଭୟକୁ ଏଡ଼ାଇ ଦିଆଯାଇନପାରେ ।
– ଟ୍ରେଡ଼ମିଲରେ ଦୌଡ଼ିବାବେଳେ ହୃତସ୍ପନ୍ଦନ ବେଗ ବଢିଲେ ମଧ୍ୟ ଏଥିରୁ ଓହ୍ଲାଇଆସନ୍ତୁ । ହୃଦରୋଗୀ ଏଥିରେ ନ ଚାଲିବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ।
– ଆଣ୍ଠୁଗଣ୍ଠି କିମ୍ବା ଅଣ୍ଟା ବିନ୍ଧା ସମସ୍ୟା ଥିବା ରୋଗୀ ଟ୍ରେଡ଼ମିଲ ଠାରୁ ଦୂରେଇ ରୁହନ୍ତୁ । ଏଥିରେ ଚାଲିଲେ ସେମାନଙ୍କ ସମସ୍ୟା ବଢ଼ିଯାଇପାରେ ।