

ସତ୍ୟଶିଖା( ଭୁବନେଶ୍ୱର)୧୩.୦୪.୨୦୨୨ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତ ଗିରଫ ହୋଇ ସାରିଛନ୍ତି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ମଧ୍ୟ ନିଜ ଦୋଷ ସ୍ୱିକାର କରିବା ପରେ କ୍ରାଇମବ୍ରାଞ୍ଚ ଏବେ ଏହି ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରିବା ପାଇଁ ଆବେଦନ କରିଛି ।
ସାକ୍ଷୀଙ୍କ ଦ୍ୱାରା ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିବା ପାଇଁ କୋର୍ଟରେ ଟିଆଇ ପରେଡ୍ ପାଇଁ ଆବେଦନ କରିଛି ରାଜ୍ୟ କ୍ରାଇମବ୍ରାଞ୍ଚ ।
ତେବେ ଶର୍ମିଷ୍ଠାଙ୍କ ବିରୋଧରେ ଆଉ କିଛି ପ୍ରମାଣ ଯୋଗାଡ କରିଛି ରାଜ୍ୟ କ୍ରାଇମବ୍ରାଞ୍ଚ ଯାହ ହତ୍ୟାରେ ବ୍ୟବହାର କରାଯାଇଥିଲା ଏବଂ ଟିଆଇ ପରେଡ୍ ପରେ ଏସବୁକୁ କୋର୍ଟରେ ଦାଖଲ କରାଯିବ ବୋଲି ଜଣାପଡିଛି ।
ତେବେ ବର୍ତ୍ତମାନ ଆଉ ଦୁଇ ଜଣଙ୍କୁ ଜେଲରେ ରହି ଜେରା କରାଇବାକୁ ଅନୁମତି ମିଳିଛି । ବିବେକ ଓ ଭାଗ୍ୟଧରକୁ ଜେରା ପାଇଁ ଅନୁମତି ମିଳିଥିବା କ୍ରାଇମବ୍ରାଞ୍ଚ ଏଡ଼ିଜି ସୁଚନା ଦେଇଛନ୍ତି ।
ଏନେଇ ୧୬ ତାରିଖରେ ଜେରା ହେବ । ଚାନ୍ଦବାଲି ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି । ଭଦ୍ରକ ଉପଗାରାରେ ଦୁଇ ଅଭିଯୁକ୍ତଙ୍କୁ ଜେରା ହେବ ।