ମନୋରଞ୍ଜନରାଜ୍ୟ

ବାପା ହେଲେ ଅଭିନେତା ଶାହିର ଶେଖ୍

ସତ୍ୟଶିଖା(ନୂଆଦିଲ୍ଲୀ ) ୧୧ .୦୯ .୨୦୨୧:

ଟେଲିଭିଜନ ଦୁନିଆର ହ୍ୟାଣ୍ଡସମ୍‌ ହଙ୍କ ଶାହିର ଶେଖ୍‌ଙ୍କ ଘରକୁ ଆସିଲେ ନୂଆ ଅତିଥି। ବାପା ହେଲେ ଅଭିନେତା ଶାହିର ଶେଖ୍। ପତ୍ନୀ ରୁଚିକା କପୁର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସିଖବର ସାମ୍ନାକୁ ଆସିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏନେଇ ଶାହିର ଏହି ଖୁସି ଖବରକୁ ଅଫିସିଆଲି ରୂପେ ଘୋଷଣା କରିନାହାନ୍ତି।

ରିପୋର୍ଟ ଅନୁଯାୟୀ, ଗତ ମାସରେ ଶାହିରଙ୍କ ପତ୍ନୀ ରୁଚିକାଙ୍କ ବେବି ସାୱାରର ଫଟୋ ପୋଷ୍ଟ କରିଥିଲେ। ଏହି ସମାରୋହରେ ଶାହିର ଏବଂ ରୁଚିକାଙ୍କ କେବଳ ନିକଟ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁବାନ୍ଧବ ହିଁ ସାମିଲ ହୋଇଥିଲେ। ଏହି ଇଭେଣ୍ଟର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ଗତବର୍ଷ ନଭେମ୍ବର ମାସରେ ଶାହିର ଏବଂ ରୁଚିକା ଦୁହେଁ ବିବାହ କରିଥିଲେ। ଦୁହେଁ ଗୁପ୍ତ ଭାବେ କୋର୍ଟ ମ୍ୟାରେଜ୍‌ କରିଥିଲେ । ରୁଚିକା କପୁର ବାଲାଜୀ ମୋଶନ୍‌ ପିକ୍‌ଚର ଲିମିଟେଡର ସିନିଅର ଭାଇସ୍‌ ପ୍ରେସିଡେଣ୍ଟ ଅଛନ୍ତି ଏବଂ କ୍ରିଏଟିଭ୍‌ ପ୍ରଡ୍ୟୁସର ଦାୟିତ୍ୱରେ ମଧ୍ୟ ସେ ଅଛନ୍ତି। ସେପଟେ ଶାହିର ମଧ୍ୟ ଟେଲିଭିଜନ ଦୁନିଆରେ ବେଶ୍‌ ପପୁଲାର ଅଭିନେତା ଭାବେ ପରିଚିତ।  ନିକଟରେ ସେ ଲୋକପ୍ରିୟ ଟିଭି ଧାରାବାହିକ ପବିତ୍ର ରିସ୍ତାର ସିକ୍ୱେଲ ପବିତ୍ର ରିସ୍ତା-୨ରେ ନଜର ଆସିଛନ୍ତି। ଆସନ୍ତା ୧୫ ତାରିଖରେ ଏହି ସିରିଏଲ୍‌ର ପ୍ରିମିୟର ଜି-୫ ଓଟିଟି ପ୍ଲାଟଫର୍ମରେ ହେବ।

Show More
Back to top button