ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା କାର୍

ସତ୍ୟଶିଖା(ବାଲିଗୁଡ଼ା ) ୧୩.୧୨.୨୦୨୧: ବୁଲାଣି ରାସ୍ତାରେ ଓଲଟି ପଡ଼ିଲା କାର। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଆମ୍ବଖାଲିଆ ନିକଟରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି। ହରିଆଣାର ତିନି ଜଣ ଯୁବକ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ। ଆଜି ଭୋରରେ ସେମାନେ ସେଠାରୁ ଫେରୁଥିଲେ। ସେମାନେ ୫୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଆମ୍ବଖାଲିଆ ନିକଟରେ ଏକ ବୁଲାଣିରେ କାରଟି ଭାରସାମ୍ୟ ହରାଇଥିଲା। ଫଳରେ କାରଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। କାରରେ ବସିଥିବା ୩ ପର୍ଯ୍ୟଟକଙ୍କ ମଧ୍ୟରୁ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଘନ କୁହୁଡ଼ି ଓ ତୀକ୍ଷ୍ଣ ବୁଲାଣି ରାସ୍ତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Show More
Back to top button