ଦେଶବିଦେଶ

କାବୁଲରୁ 120 ଭାରତୀୟଙ୍କୁ ଧରି ଉଡାଣ କଲା c-17 ବିମାନ

ସତ୍ୟଶିଖା(ନୂଆଦିଲ୍ଲୀ ) ୧୭.୦୮ .୨୦୨୧: ଆଫଗନିସ୍ତାନରେ ଉପୁଜିଥିବା ସାଙ୍ଘାତିକ ପରିସ୍ଥିତି ମଧ୍ୟରେ କାବୁଲରୁ ଭାରତ ଆସୁଛନ୍ତି ଭାରତୀୟ । ବାୟୁସେନାର c-17 ଏୟାରକ୍ରାଫ୍ଟରେ ସୁରକ୍ଷିତ ଭାବରେ ୧୨୦ରୁ ଅଧିକ ଭାରତୀୟଙ୍କୁ ଅଣାଯାଉଛି । ଗତକାଲି ସନ୍ଧ୍ୟାରେ ବାୟୁ ସେନା ଦ୍ୱାରା ପରିଚାଳିତ ଏକ ସ୍ୱତନ୍ତ୍ର ବିମାନ କାବୁଲରେ ପହଞ୍ଚିଥିଲା ।

ସେଠାରେ ଥିବା ଭାରତୀୟଙ୍କ ସମେତ ଦୂତାବାସ କର୍ମଚାରୀ,ଏବଂ ତାଙ୍କ ପରିବାର ବର୍ଗଙ୍କୁ ଧରି ଉଡାଣ ଭରିଛି ବିମାନ । ଆଜି ଦିନ 1 ଟା ସୁଦ୍ଧା ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ରବିବାର ଏୟାର ଇଣ୍ଡିଆ ଫ୍ଲାଇଟ୍ ରେ ପ୍ରଥମ ବ୍ୟାଚ୍ ଆସିଥିଲା ।

ଅନ୍ୟପଟେ ଆଫଗାନିସ୍ତାନ ଆତଙ୍କ ନେଇ ଆମେରିକା ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ଆଫଗାନିସ୍ତାନର ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଭିସା ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ ଇ-ଏମରଜେନ୍ସି ଏକ୍ସ ମିସ୍କ ଭିସା କ୍ୟାଟାଗୋରୀ ତିଆରି ହୋଇଛି । ଏହା ମାଧ୍ୟମରେ ଆଫଗାନିସ୍ତାନରୁ ଆସିବାକୁ ଥିବା ଲୋକଙ୍କୁ ଭିସା ମିଳିପାରିବ ।

Show More
Back to top button