

ସତ୍ୟଶିଖା ୫ .୦୯.୨୦୨୦ : ନଭେମ୍ବର ଶେଷ ସୁଦ୍ଧା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ । ୬୪ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ହେବ ଉପ-ନିର୍ବାଚନ । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ । ଏହି ତାଲିକାରେ ଓଡ଼ିଶାରେ ୨ଟି ବିଧାନସଭା ଆସନ ପାଇଁ ହେବ ଉପନିର୍ବାଚନ । ବାଲେଶ୍ବର ଓ ତିର୍ତ୍ତୋଲ ଆସନ ପାଇଁ ହେବ ନିର୍ବାଚନ । ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ହୋଇଥିଲା । ଏହାର କିଛି ଦିନ ପରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକ ମଧ୍ୟ ହୋଇଥିଲା । ଏହାପର ଠାରୁ ଏହି ଦୁଇଟି ଆସନ ଖାଲିଥିଲା । ତେବେ ନିର୍ବାଚନ କମିଶନଙ୍କ ସଦ୍ୟ ଘୋଷିତ ତାରିଖ ଅନୁୟାୟୀ ନଭେମ୍ବର ୨୯ପୂର୍ବରୁ ନିର୍ବାଚନ ସରିବ ।