ଧନତେରସ୍ ଦିନ କିଣନ୍ତୁ ଝାଡୁ

ସତ୍ୟଶିଖା (ଭୁବନେଶ୍ୱର) ୫/୧୧/୨୦୨୦ : ଚଳିତ ବର୍ଷ ଧନତେରସ ନଭେମ୍ୱର ୧୩ ତାରିଖରେ ପଡିବ । ଧନତେରସରୁ ଦୀପାବଳି ଆରମ୍ଭ ହୋଇଥାଏ । ଧନତେରସରେ ଧାତୁ କିଣିବା ବିଶ୍ୱାସ ରହିଛି । ଅଲଗା ଅଲଗା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଭିନ୍ନ ଭିନ୍ନ ଧାତୁ କିଣିବା ବିଶ୍ୱାସ ରହିଛି । ଏହାଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି କୁହାଯାଏ । ଏହି ଦିନ ଭଗବାନ ଧନ୍ଵନ୍ତରୀ ଏବଂ ଧନର ଦେବତା କୁବେରଙ୍କ ପୂଜା ମଧ୍ୟ କରାଯାଇଥାଏ । ଛୋଟ ଦୀପାବଳିର ଦିନେ ପୂର୍ବରୁ ପଡିଥାଏ ଧନତେରସ । ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ପ୍ରକଟ ହୋଇଥିଲେ ବୋଲି ବିଶ୍ୱାସ ରହିଛି ।ଧନତେରସ ଦିନ ଝାଡୁ କିଣିବା ପ୍ରଥା ରହିଛି । ଏହି ଦିନ ଝାଡୁ କିଣିଲେ ଗରିବୀ ବା ଅଭାବ ଦୂର ହୋଇଥାଏ ବୋଲି କୁହାଯାଏ । ଧନତେରସ ଦିନ ଝାଡୁ କିଣିଲେ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଝାଡୁରେ ଧଳା ସୁତା ବାନ୍ଧି ଘରକୁ ଆଣିବା ଉଚିତ ଯାହାଦ୍ୱାରା ମାତା ଲକ୍ଷ୍ମୀ ଘରେ ବାସ କରିବେ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହେବ । ଧନତେରସ ଦିନ ଯୁଗ୍ମ ସଂଖ୍ୟାରେ ଝାଡୁ କିଣିବା ଉଚିତ ନୁହେଁ ବରଂ ଅଯୁଗ୍ମ ସଂଖ୍ୟାରେ କିଣିବା ଉଚିତ। ଅର୍ଥାତ ଦୁଇଟିନ କିଣି ୩ଟି ଝାଡୁ କିଣିବା ଉଚିତ । ଏହା ଶୁଭ ବୋଲି କୁହାଯାଏ । ଧନତେରସ ଦିନ କିଣିଥିବା ଝାଡୁ ଦୀପାବଳି ଦିନ ମନ୍ଦିରରେ ଦେବା ମଧ୍ୟ ଶୁଭ ବୋଲି କୁହାଯାଏ । ରବିବାର ଓ ମଙ୍ଗଳବାର ଦିନ ଝାଡୁ କିଣିବା ଉଚିତ ନୁହେଁ । ଝାଡୁରେ ଗୋଡ ମଧ୍ୟ ମାରିବା କଥା ନୁହେଁ । ଏହା ଅଶୁଭ ବୋଲି କୁହାଯାଏ ।ଚଳିତ ବର୍ଷ ନଭେମ୍ବର ୧୩ ତାରିଖରେ ଧନତେରସ ପଡିବ । ପୂଜାର ଶୁଭ ମୁହୂର୍ତ୍ତ ସନ୍ଧ୍ୟା ୫ଟା ୨୮ ମିନିଟରୁ ୫ଟା ୫୯ ମିନିଟ ଯାଏଁ ରହିଛି । ଏହି ଅଧା ଘଣ୍ଟା ମଧ୍ୟରେ ପୂଜା କରିବା ପାଇଁ ସର୍ବଶ୍ରେଷ୍ଠ ସମୟ । ଏହିଦିନ ଭଗବାନ ଧନ୍ଵନ୍ତରୀ, ମାତା ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରାଯାଏ ।

Exit mobile version