ବଟର ମସଲା ପରଟା

ସତ୍ୟଶିଖା ୧୯/୦୧/୨୦୨୧ :
ଆବଶ୍ୟକ ସାମଗ୍ରୀ – ଅଟା
ପାଣି – ଆବଶ୍ୟକ ଅନୁଯାୟୀ
ସିଝା ଆଳୁ- ୪ରୁ ୫ଟି
ପିଆଜ – ୨ଟି
କଞ୍ଚା ଲଙ୍କା – ୩ଟି
ତେଲ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
କଟା – ଧନିଆ ପତ୍ର
କଟା – ଅଦା
ଗୋଟା – ଜିରା
ଧନିଆ ଗୁଣ୍ଡ
ହଳଦୀ ଗୁଣ୍ଡ
ବଟରପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଟାରେ ପାଣି ଓ ଲୁଣ ଦେଇ ଚକଟି ଅଟା ଚକଟା ପ୍ରସ୍ତୁତ କରନ୍ତୁ । ଏହି ଚକଟାକୁ୧୫ରୁ ୨୦ ମିନିଟ ରଖନ୍ତୁ । ଏହା ପରେ ଗ୍ୟାସ ଲଗାଇ କୁକର ବସାନ୍ତୁ ଓ ଆଳୁର ଚୋପା ଛଡ଼ାଇ ଏହାକୁ ୨ରୁ ୩ଟି ସିଟି ଦେଇ ସିଝାନ୍ତୁ । ସିଝିବା ପରେ ଏହାକୁ ଏକ ପାତ୍ରକୁ କାଢି ଭଲ ଭାବେ ଚକଟି ଦିଅନ୍ତୁ । ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ଗୋଟା ଜିରା,କଞ୍ଚା ଲଙ୍କା, ଅଦା, କଟା ପିଆଜ, ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ଭାଜନ୍ତୁ । ଭାଜିବା ପରେ ଏଥିରେ ଚକଟା ହୋଇଥିବା ଆଳୁ, ଧନିଆ ପତ୍ର ଓ ଜିରା ଗୁଣ୍ଡ ପକାଇ ଭଲ ଭାବେ ଘାଣ୍ଟନ୍ତୁ । ଏବେ ଏହି ପୁରକୁ ଏକ ପାତ୍ରକୁ କାଢି ରଖନ୍ତୁ । ପ୍ରସ୍ତୁତ ହୋଇଥିବା ଅଟା ଚକଟାକୁ ଛୋଟ ରୁଟି ଆକୃତିର ବେଲି ଏଥିରେ ପ୍ରସ୍ତୁତ ପୁରକୁ ଦେଇ ରୁଟିର ଚାରି ପଟୁ ମୋଡ଼ି ଏହାକୁ ପରଟା ଭଳି ଭଲ ଭାବେ ବେଲି ଦିଅନ୍ତୁ । ଏବେ କଡ଼େଇରେ ସାମାନ୍ୟ ତେଲ ଦେଇ ଏହି ବେଲା ହୋଇଥିବା ପରଟାକୁ ଭଲ ଭାବେ ସେକି ଦିଅନ୍ତୁ ।