ସତ୍ୟଶିଖା ୨୨ /୧୨/୨୦୨୦ : ସାଇବର ଠକେଇର ଶିକାର ହେଲେ ବ୍ୟବସାୟୀ । ଠକମାନଙ୍କୁ ଧରିବାରେ ଫେଲ ମାରିଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବାଙ୍କୋଇ ଗାଁର ହେଉଛନ୍ତି ବ୍ରଜବନ୍ଧୁ ସାହୁ ସାଇବର ଠକେଇର ଶିକାର ହୋଇଛନ୍ତି । ୨୦୧୯ ଅଗଷ୍ଟ ମାସରେ ଟ୍ରେଡ ୟୁନାଇଟେଡ ଲିମିଟେଡ ନାମକ ଏକ ବିଦେଶୀ ୱେବସାଇଟ କାଠ ଯୋଗାଇ ଦେବାର ସୂଚନା ଦେଇଥିଲା । ବ୍ରଜବନ୍ଧୁ ସେହି ସଂସ୍ଥା ସହିତ ନିଜ କାଠ ଗୋଲର ବ୍ୟାଙ୍କ ଖାତା ନମ୍ବର ସହିତ ସମସ୍ତ କାଗଜପତ୍ର ଦେଇ ୧୬ ଲକ୍ଷ ୩୨ ହଜାର ଉକ୍ତ ସଂସ୍ଥାକୁ ପଠାଇଥିଲେ । ବ୍ୟାଙ୍କରୁ ଋଣ ଆଣି ଏହି ଟଙ୍କାକୁ ସେ ପଠାଇଥିଲେ ।
ବ୍ୟବସାୟୀ ଶିକାର ହେଲେ ସାଇବର ଠକେଇର
