ବ୍ରହ୍ମପୁରରୁ ଭୁବନେଶ୍ୱର ପରୀକ୍ଷାର୍ଥୀଙ୍କ ପାଇଁ ବସ୍ ବ୍ୟବସ୍ଥା l


ସତ୍ୟଶିଖା ୩୦ .୦୮.୨୦୨୦ : ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତା କାଲି ଦିନ ୧୨.୩୦ରେ ବ୍ରହ୍ମପୁର ଆଇଟିଆଇରୁ ଭୁବନେଶ୍ୱରକୁ ଏକ ବସ୍ ଛାଡ଼ିବ । ତେବେ ଏହି ସୁବିଧା ପାଇବାକୁ ଇଚ୍ଛୁକ ଥିବା ପରୀକ୍ଷାର୍ଥୀ ନୋଡାଲ ଅଫିସରଙ୍କୁ ଫୋନ କରିବେ । ନୋଡାଲ ଅଫିସରଙ୍କ ଫୋନ ନମ୍ବର – ୦୯୪୩୮୨୯୩୯୦୯ ରହିଛି । ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
ଆଜିଠାରୁ ରାଜ୍ୟରେ ସମସ୍ତ ସଟଡାଉନ ଓ ଲକଡାଉନ ହଟିବା ସହ ସେପ୍ଟେମ୍ବର ୭ ଯାଏଁ ସାରା ରାଜ୍ୟକୁ କଟକଣାମୁକ୍ତ ଘୋଷଣା କରାଯାଇଛି । ସେହିପରି ସେପ୍ଟେମ୍ବର ୧୨ରୁ ୧୪ ତାରିଖ ପଯ୍ୟନ୍ତ ସାରା ରାଜ୍ୟ କଟକଣା ମୁକ୍ତ ରହିବ । ଏନେଇ ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଘୋଷଣା କରିଛନ୍ତି । ଏହାସହ ସମସ୍ତ ପରୀକ୍ଷା କରୋନା ଗାଇଡଲାଇନକୁ ଦୃଷ୍ଟିରେ ରଖି କରାଯିବ । ଅନ୍ୟପଟେ ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ପରୀକ୍ଷା କେନ୍ଦ୍ରଥିବା ସହରରେ ଲକଡାଉନ କି ସଟଡାଉନ ହେବନି । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ତାରିଖ ଯାଏ ହେବନି ଲକଡାଉନ କି ସଟଡାଉନ ।