ନ୍ୟୁଜ୍

ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ସତ୍ୟଶିଖା (ଭୁବନେଶ୍ୱର ) ୨୦.୧୦.୨୦୨୩ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖମୁଣ୍ଡିର ଗଜପତି ଷ୍ଟାଡିୟମ୍ ଠାରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ଆଭାଷୀ ମାଧ୍ୟମରେ ଲକ୍ଷ୍ମୀ ବସ ଯୋଜନାର ଉଦଘାଟନ କରିବେ। ଏଥିପାଇଁ ଷ୍ଟାଡିୟମ୍ ରେ ବସ ଗୁଡ଼ିକ ପହଞ୍ଚି ସାରିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ତେବେ ଏହି ଯୋଜନାକୁ ବସ ମାଲିକ ସଂଘ ପକ୍ଷରୁ ବିରୋଧ କରି ବସ ବନ୍ଦ୍ ରହିଛି। ସେପଟେ ଆଜିର କାର୍ଯ୍ୟକ୍ରମକୁ ଲୋକେ ଆସିବା ପାଇଁ ସବୁ ସରକାରୀ ବସ ଲାଗିଛି। ଫଳରେ ଲୋକେ ଓ ଯାତ୍ରୀ ହଇରାଣ ହେଉଛନ୍ତି ବୋଲି କହିଛନ୍ତି ଜଣେ ଯାତ୍ରୀ।

Show More
Back to top button