‘ବୁଲ୍ଲି ବାଈ’ ଆପ୍‌ ମାମଲା: ଓଡ଼ିଶାରୁ ଜଣେ ଗିରଫ!

ସତ୍ୟଶିଖା( ମୁମ୍ବାଇ) ୨୦.୦୧.୨୦୨୨ : ବହୁ ଚର୍ଚ୍ଚିତ ତଥା ବିବାଦୀୟ ବୁଲ୍ଲି ବାଈ ଆପ୍ ମାମଲାରେ ପୁଲିସ ହାତରେ ଧରାପଡିଲା ଆଉ ଜଣେ ଅଭିଯୁକ୍ତ। ଓଡ଼ିଶାରୁ ଜଣେ ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ ପୁଲିସ।  ଗିରଫ ଅଭିଯୁକ୍ତର ନାଁ ନୀରଜ ସିଂହ ବୋଲି ଜଣାପଡିଛି। ଏହାକୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୫ ଜଣଙ୍କ ଗିରଫ କରିସାରିଲାଣି।

ପୂର୍ବରୁ ପୁଲିସ ବିଶାଶ ଝା, ଶ୍ୱେତା ସିଂହ, ମୟଙ୍କ ରାୱତ ଏବଂ ନୀରଜ ବିଷ୍ଣୋଇଙ୍କୁ ଏହି ଲିଙ୍କରେ ଗିରଫ କରିଥିଲା। ଏହି ଆପ୍‌ ଜରିଆରେ କିଛି ବିଶିଷ୍ଟ ମୁସ୍‌ଲିମ୍‌ ମହିଳାଙ୍କ ଫଟୋ ଅପ୍‌ଲୋଡ୍‌ କରି ସେମାନଙ୍କ ନିଲାମ ଡକାଯାଉଥିଲା। କେବଳ ସେତିକି ନୁହେଁ ସେମାନଙ୍କ ଫଠୋରେ ଅଶ୍ଳୀଳ କମେଣ୍ଟ ମଧ୍ୟ କରାଯାଉଥିଲା। ଏବେ ଗିରଫ ଏହି ସମସ୍ତ ଅଭିଯୁକ୍ତ ପୁଲିସ ହେପାଜତରେ ଅଛନ୍ତି। ସୂଚନା ଅନୁଯାୟୀ ମୁସଲିମ ମହିଳାଙ୍କୁ ଟାର୍ଗେଟ କରିବା ପାଇଁ ‘ବୁଲ୍ଲି ବାଈ’ ନାମରେ ଏକ ଆପ ତିଆରି କରାଯାଇ ଏଥିରେ ପ୍ରତିଷ୍ଠିତ ମୁସଲିମ ମହିଳାଙ୍କ ବିକୃତ ଫଟୋ ଅପଲୋଡ କରାଯାଇଛି। ସୁଲ୍ଲି ଡିଲସ୍‌ ଓ ଜିଟ୍‌ହଭ ଭଳି ଗ୍ରୁପ୍ ତିଆରି କରାଯାଇ ସୋଶାଲ ମିଡିଆରୁ ମୁସଲିମ ମହିଳାଙ୍କ ଫଟୋ ସଂଗ୍ରହ କରାଯାଉଛି। ପରେ ବୁଲ୍ଲି ବାଈରେ ଅପଲୋଡ କରାଯାଉଛି। ବିବାଦ ପରେ ଉକ୍ତ ଆପ୍‌କୁ ବ୍ୟାନ୍‌ କରାଯାଇଛି।

Exit mobile version