ଦେଶନ୍ୟୁଜ୍ବାଣିଜ୍ୟବିଦେଶରାଜ୍ୟସ୍ପେଶାଲ୍ ରିପୋର୍ଟ

ଅକ୍ଟୋବରରେ ରେକର୍ଡ ଭାଙ୍ଗିଲା ଜିଏସ୍‌ଟି ଆଦାୟ

ସତ୍ୟଶିଖା (ଭୁବନେଶ୍ୱର) ୨/୧୧/୨୦୨୦ :  ଅକ୍ଟୋବର ମାସରେ ‘ଗୁଡ୍ ସ୍  ଆଣ୍ଡ୍  ସର୍ଭିସେସ୍ ଟ୍ୟାକ୍ସ ବା ଜିଏସ୍ ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଥିବା ସୂଚନା ଦେଇଛି  ଅର୍ଥ ମନ୍ତ୍ରାଳୟ । ଫେବ୍ରୁଆରି ମାସ ପର ଠାରୁ G S T ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିବାରେ ଏହା ପ୍ରଥମ ଘଟଣା । ୨୦୨୦ ଅକ୍କ୍ଟୋବର ମାସରେ ସଂଗୃହୀତ ମୋଟ୍ G S T ରାଜସ୍ବ ହେଉଛି ୧ ଲକ୍ଷ ୦୫ ହଜାର୧୫୫ କୋଟି ଟଙ୍କା ।  ଏଥିସହିତ ଅକ୍ଟୋବର ମାସ ୩୧ ପର୍ଯ୍ୟନ୍ତ ଫାଇଲ୍  ହୋଇଥିବା ସମୁଦାୟ ‘ଜିଏସ୍ ଟିଆର୍ -୩ବି’ ରିଟର୍ଣ୍ଣ ସଂଖ୍ୟା ହେଉଛି ୮୦ ଲକ୍ଷ ।ସେହିପରି ଗତ ବର୍ଷ ଅକ୍ଟୋବର ମାସରେ ଆଦାୟ G S T ରାଜସ୍ବ ଠାରୁ ଏଥରର ରାଜସ୍ବ ୧୦ ପ୍ରତିଶତରୁ ଅଧିକ । ସେହିପରି ଓଡ଼ିଶାରେ ଅକ୍ଟୋବର ମାସରେ ବି ବଢିଛି G S T ସଂଗ୍ରହ । ଗତ ଅକ୍ଟୋବର ମାସ ସଂଗ୍ରହ ତୁଳନାରେ ଏହା ୨୧.୭୯ ପ୍ରତିଶତ ବଢିଛି । ଚଳିତ ବର୍ଷ ସେପ୍ଟେମ୍ବରରେ ମଧ୍ୟ G S T ସଂଗ୍ରହ ହାର ୧୮.୩ ପ୍ରତିଶତ ବଢିଥିଲା । ୨୦୧୭ ରେ G S T ଲାଗୁ କରାଯିବା ସମୟରେ ସରକାର ଏହି ରାଜସ୍ବର ସାଧାରଣ ମାନକ ୧ ଲକ୍ଷ କୋଟି ଟଙ୍କା ରଖିଥିଲେ । କିନ୍ତୁ କରୋନା ଜନିତ ଲକ୍ ଡାଉନ୍ ଯୋଗୁଁ ଏତେ ପରିମାଣରେ G S T ରାଜସ୍ବ ସଂଗ୍ରହ ହୋଇ ପାରୁ ନ ଥିଲା । କରୋନାର ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅକ୍ଟୋବର ମାସରେ ମୋଟ୍‌ ଜିଏସ୍‌ଟି ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ୨୧.୭୯ ପ୍ରତିଶତ ଅଭିବୃଦ୍ଧି ହୋଇଛି । କ୍ରମାଗତ ଦ୍ୱିତୀୟ ମାସ ପାଇଁ ଓଡ଼ିଶାର ମୋଟ୍‌ ଜିଏସ୍‌ଟି ସଂଗ୍ରହ, ଯୁକ୍ତାତ୍ମକ ରହିବା ସହିତ ଆଶାଜନକ ସ୍ଥିତିରେ ପହଞ୍ଚିଛି ।

Show More
Back to top button