ଦେଶ

ମହାରାଷ୍ଟ୍ରରେ କୋଠା ଭୁଷୁଡି ୭ ମୃତ

ସତ୍ୟଶିଖା(ମୁମ୍ବଇ ) ୨୯.୦୫.୨୦୨୧:  ମହାରାଷ୍ଟ୍ରର ଥାନେ ଜିଲାରେ ଏକ ବଡ ଧରଣର ଅଘଟଣ ଘଟିଛି। ଉହ୍ଲାସନଗରରେ ଏକ କୋଠା ଭୁଷୁଡି ସାତ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି ୩ ରୁ ୪ ଜଣ ଫସି ରହିଛନ୍ତି ବୋଲି ଆଶଙ୍କା କରାଯାଉଛି। ଖବର ପାଇ ଉଦ୍ଧାରକାରୀ ଦଳ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଉକ୍ତ ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ଏହା ୨ୟ ଘଟଣା ବୋଲି ଜଣାପଡିଛି। ଗତକାଲି ଏହି କୋଠାର ୫ମ ମହଲାର କାନ୍ଥ ଖସିବା ଆରମ୍ଭ ହୋଇଥିଲା। ଉକ୍ତ କୋଠାରେ ପ୍ରାୟ ୨୯ ପରିବାର ବାସ କରନ୍ତି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Show More
Back to top button