ଦେଶରାଜନୀତି

ବିଏସ ୟେଦୁରପ୍ପାଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା

ସତ୍ୟଶିଖା(ଭୁବନେଶ୍ୱର) ୨୬.୦୭.୨୦୨୧: କର୍ଣ୍ଣାଟକ: ବିଜେପିର ଲୋକପ୍ରିୟ ନେତା ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି  ।  ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତାଙ୍କ ଇସ୍ତଫା ପରେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଏନେଇ ଦିଲ୍ଲୀରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।  ଉକ୍ତ ବୈଠକରେ ଅମିତ ଶାହା, ଜେ.ପି ନଡ୍ଡା ଓ ଅରୁଣ ସିଂହ ଉପସ୍ଥିତ ଅଛନ୍ତି ।  କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ  ନେଇ ଉକ୍ତ ବୈଠକରେ ବିଚାର ବିମର୍ଶ ଚାଲିଥିବା ଜଣାଯାଇଛି ।

ପ୍ରକାଶ ଯେ, ବେଶ କିଛିଦିନ ଧରି ତାଙ୍କର ଇସ୍ତଫା ନେଇ ଚର୍ଚ୍ଚା ହୋଇ ଆସୁଥିଲା  । ତେବେ ୟେଦୁରପ୍ପାଙ୍କ ଗୋଷ୍ଠୀ ପ୍ରାଣପ୍ରଣେ ଲାଗିଥିଲେବି ଦଳର ହାଇକମାଣ୍ଡ ୟେଦୁରପ୍ପାଙ୍କୁ ହଟାଇବା ପାଇଁ ନିଷ୍ପତି ନେଇଥିଲେ  । ତେବେ ଇସ୍ତଫା ପରେ ୟେଦୁରପ୍ପା ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,  କାହାରି ଚାପରେ ମୁଁ ଇସ୍ତଫା ଦେଇନାହିଁ । ନିଜ ଇଚ୍ଛାରେ  ମୁଁ ଇସ୍ତଫା ଦେଇଛି ।  ସବୁଠାରୁ ବଡ଼ କଥା ହେଉଛି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ ସେ କାହାରି ନାଁ ସୁପାରିଶ କରିବେ ନାହିଁ ବୋଲି ୟେଦୁରପ୍ପା କହିଛନ୍ତି ।

ବିଏସ ୟେଦୁରପ୍ପା ଏକ ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ହୋଇଥିଲେ  । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିନଥିବାରୁ କଂଗ୍ରେସ ଓ ଜେଡ଼ିଏସର ମିଳିତ ସରକାର ଗଠନ ହୋଇଥିଲା । କିନ୍ତୁ ପରେପରେ ୟେଦୁରପ୍ପା କ୍ଷମତା ଅକ୍ତିଆର କରିବାକୁ ନୂଆ ରଣନୀତି କରିଥିଲେ  । କଂଗ୍ରେସ ଓ ଜେଡ଼ିଏସ ସରକାର ଭାଙ୍ଗିବା ପାଇଁ ସେହି ଦଳର କେତେକ ବିଧାୟକଙ୍କୁ ୟେଦୁରପ୍ପା ନିଜ ପଟକୁ ଆକର୍ଷିତ କରି ସଫଳ ବି ବି ହୋଇଥିଲେ  । ବହୁ କଷ୍ଟରେ ସେ ସରକାର ଗଠନ କରିଥିଲେବି ଏବେ ନିଜ ଦଳ ହିଁ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି  । ଯାହା ତାଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି  ।

Show More
Back to top button