ଜଳେଶ୍ୱରରୁ ବ୍ରାଉନସୁଗାର ଲିଙ୍କ

ସତ୍ୟଶିଖା (ଜଳେଶ୍ୱର) ୨/୧୧/୨୦୨ ୦ : ଜଳେଶ୍ୱରରେ କ୍ରାଇମବ୍ରାଞ୍ଚ S.T. F ର ଚଢ଼ାଉ । ବ୍ରାଉନସୁଗାର କାରବାର ଲିଙ୍କ ଅଭିଯୋଗରେ ବାଲେଶ୍ୱର ଜଳେଶ୍ୱରରେ କ୍ରାଇମବ୍ରାଞ୍ଚ S.T.F ଏବଂ ପୁରୀ ପୋଲିସ ସ୍ପେଶାଲ ସ୍କ୍ବାଡର ମିଳିତ ଚଢ଼ାଉ । ୬ ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ S.T.F । ଖବର ଅନୁଯାୟୀ, ବ୍ରାଉନସୁଗାର ଲିଙ୍କରେ ଜଳେଶ୍ୱର ଝାଡେଶ୍ୱରପୁର ଅଞ୍ଚଳରେ ଚଡ଼ାଉ କରି କ୍ରାଇମବ୍ରାଞ୍ଚ ଏସ୍ ଟିଏଫ୍ ଧଳାଜହର ବେପାରୀ ଏସ୍.କେ ସାଜନଙ୍କ ସମେତ ୬ ଜଣଙ୍କୁ ଉଠାଇ ନେଇଛନ୍ତି । ଗତ ଶନିବାର ଭୁବନେଶ୍ୱରରୁ ବ୍ରାଉନସୁଗାର ବେପାରୀ ସେକ୍ ହସିମ ବକ୍ସକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ S.T.F ଟିମ୍ । ସେହି ଲିଙ୍କରେ ଆଜି ସାଜନ ଓ ତାର ସହଯୋଗୀଙ୍କୁ ଉଠାଇ ନେଇଛି S.T.F ଟିମ୍ ।

Exit mobile version