ଅପରାଧନ୍ୟୁଜ୍ରାଜ୍ୟ

ବାଲି ଗଦାରୁ ମିଳିଲା ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର

ସତ୍ୟଶିଖା (ଜଳେଶ୍ଵର) ୨୩/୦୧/୨୦୨୧ : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଝାଡ଼େଶ୍ବରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ପୋଲିସର ଚଢାଉ ବେଳେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଛନ୍ତି । ପୋଲିସ ଚଢାଉ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ପୋଲିସ କୌଣସି ସୂତ୍ରରୁ ଖବର ପାଇ ଝାଡେଶ୍ବରପୁର ବସ୍ତିରେ ଚଢାଉ କରିଥିଲା । ଚଢାଉ ବେଳେ ସେଠାରୁ କିଛି ନପାଇ ଫେରୁଥିବା ବେଳେ ରାସ୍ତା କଡରେ ପଡିରହିଥିବା ବାଲି ଗଦା ଭିତରେ ପୋତା ହୋଇଥିବା ଏକ ବ୍ୟାଗ୍ ଉଦ୍ଧାର କରିଥିଲା । ଉକ୍ତ ବ୍ୟାଗରୁ ୨୫୦ଗ୍ରାମ୍ ବ୍ରାଉନସୁଗାର ଉଦ୍ଧାର କରାଯାଇଥିବା ଜଣାପଡିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Show More
Back to top button