ଅପରାଧରାଜ୍ୟ

୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ସତ୍ୟଶିଖା(ବାରଙ୍ଗ/ତ୍ରିଶୂଳିଆ) ୦୯/୧୨/୨୦୨୦ : ଆଜି ବାରଙ୍ଗ କେନାଲ ଛକରୁ ସ୍ବତନ୍ତ୍ର ଅବକାରୀ ବିଭାଗ ବ୍ରାଉନ୍‌ସୁଗାର ବେପାର କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ବେଲଗଛିଆ ଗ୍ରାମର ପ୍ରଶାନ୍ତ ବେହେରା (୪୩) ଓ ନନ୍ଦନକାନନ ଥାନା ପଦାସାହି ଗ୍ରାମର ସନ୍ତୋଷ ବେହେରା(୩୯) । ସେମାନଙ୍କଠାରୁ ୧୬୫ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଓ ଏକ ପଲସର ବାଇକ୍‌ (ଓଆର୍‌ ବିଟି-୫୮୬୩) ଜବତ କରାଯାଇଛି । ଜବତ ଧଳାଜହରର ବଜାର ମୂଲ୍ୟ ୧୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଏମାନେ ଦୀର୍ଘ ଦିନ ହେଲା ଏହି ବେପାରରେ ସମ୍ପୃକ୍ତ ଥିବା ସୂଚନା ପାଇ କଟକ ଅବକାରୀ ବିଭାଗ ସ୍ବତନ୍ତ୍ର ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲ ସଦଳବଳେ ଚଢ଼ଉ କରିଥିଲେ ।

Show More
Back to top button