ଅପରାଧରାଜ୍ୟ

ବ୍ରାଉନ ସୁଗାର ଜବତ

ସତ୍ୟଶିଖା(ଜଗସିଂପୁର) ୧୧/୧୨/୨୦୨୦ : ଜଗତସିଂହପୁର ଜିଲ୍ଲାରୁ ୧୦୦ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ ହୋଇଛି । ଏହାସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଓ ପଟେଣୀ ଗାଁର ଜିଲ୍ଲା ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ବାର୍ଡ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଗିରଫ ଅଭିଯୁକ୍ତ ଦୁଇ ଜଣ ଆଳିପିଙ୍ଗଳର ଦିବ୍ୟ ରଞ୍ଜନ ସେଠୀ ଓ ପାଟଣୀ ଗାଁର ଦୀପକ କୁମାର ରାଉତ । ଏମାନେ ଦୀର୍ଘ ଦିନ ହେଲା ବ୍ରାଉନସୁଗାର ବିକ୍ରି କରି ଆସୁଥିବା ବେଳେ ଅବକାରୀ ବିଭାଗ ଖବର ପାଇ ଶୁକ୍ରବାର ସକାଳୁ ଉଭୟ ସ୍ଥାନରେ ଚଢ଼ାଉ କରିଥିଲା ।

Show More
Back to top button