ନ୍ୟୁଜ୍ରାଜ୍ୟ

ପାଉଁରୁଟି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ : ନିଆଁ ଲାଗି ଯିବାରୁ ଗୋଟିଏ ପରିବାରର ୨ ମୃତ, ୩ ଗୁରୁତର

ସତ୍ୟଶିଖା (ରାୟଗଡ଼ା) ୧୮.୦୩.୨୦୨୨:   ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଥାନା ଶିଖରପାଇ ଗାଁରେ ଘଟିଯାଇଛି ଏକ ବଡ଼ ଅଘଟଣ । ନିଆଁରେ ପୋଡ଼ିଯିବା କାରଣରୁ ୫ ଜଣ ଗୁରୁତର ଆହତ ହୋଇଥିଲେ । ଗୋଟିଏ ପରିବାରର ୫ ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ବାପା ଦୟାନଧି ବେହେରା ଓ ମା’ ଲକ୍ଷ୍ମୀ ବେହେରାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ସେମାନଙ୍କର ମୃତ୍ୟୁ ଘଟିଛି । ପରିବାରର ୨ ପୁଅ ଓ ଜଣେ ବୋହୂଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପାଉଁରୁଟି ଫ୍ୟାକ୍ଟ୍ରିରେ କାମ କରୁଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

 

Show More
Back to top button