ରାଜନୀତି

ପ୍ରତାପଙ୍କୁ ମିଳିବନି କି ୨୦୨୪ ନିର୍ବାଚନ ପାଇଁ ଟିକେଟ୍‌ ?

ସତ୍ୟଶିଖା (ଭୁବନେଶ୍ୱର) ୦୯,୧୧,୨୦୨୩ : NEWS HIGHLIGHTS
  • ପ୍ରତାପଙ୍କୁ ବଞ୍ଚାଇ ଦେଲେ ନାଁ ବିପଦ ମୁହଁଠୁ ଠେଲି ଦେଲେ
  • ପର୍ଯ୍ୟବେକ୍ଷଣ ପରେ ପ୍ରାର୍ଥୀ ହେବେ ତ ପ୍ରତାପ?
  • ନାଁ ଏବେଠୁ କ୍ୟାରିୟରର ହେଲା ‘ଦି ଏଣ୍ଡ’  !

ଅର୍ଗସ ବ୍ୟୁରୋ: ପ୍ରତାପଙ୍କୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ମାହାଙ୍ଗା ଡବଲ ମର୍ଡର କେସ୍‌ରେ ସେ ଅଭିଯୁକ୍ତ ଥିବା ସତ୍ଵେ କାହିଁକି ବିଜେଡି ତାଙ୍କୁ ପ୍ରୋଟେକ୍ସନ ଦେଉଛି ତାହାକୁ ନେଇ ଚର୍ଚ୍ଚା ଆହୁରି ବଢୁଛି । କାରଣ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଅଭିଯୋଗ କରିବା ପରେ ବି କାର୍ଯ୍ୟାନୁଷ୍ଠାନ ତ ହେଲାନି ବରଂ ଘଣ୍ଟ ଘଉଡାଇଥିବା ଅଭିଯୋଗ ହେଲା । ଏମିତିକି କୋର୍ଟରୁ ସମନ ଆସିବା ପରେ ବି ଦଳ ତାଙ୍କ ବିରୋଧରେ ଉଁ କି ଚୁଁ ପଦେ କହିଲାନି ବରଂ ଆହୁରି ଦାୟିତ୍ଵ ଦେଲା । ହେଲେ ଦାୟିତ୍ଵ ମିଳିବା ପରେ ତାଙ୍କୁ ଆଗାମୀ ଦିନରେ ଦଳ ସାଇଡ୍‌ କରିବ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି ।

କେନ୍ଦ୍ରାପଡାର ପର୍ଯ୍ୟବେକ୍ଷକ ଦାୟିତ୍ଵ ଏବେ ପ୍ରତାପଙ୍କ କାନ୍ଧରେ ରହିଛି । ତେଣୁ ଦଳୀୟ ସଂଗଠନ ବୁଝିବା ଆଳରେ ଟିକେଟ୍‌ କଟାଯିବା ନେଇ କୁହାଯାଉଛି । ଏମିତିକି ପାଣ୍ଡିଆନଙ୍କର କୁଆଡେ ଜଣେ ବନ୍ଧୁ ମାହାଙ୍ଗାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଦଳର ଅନ୍ଦର ମହଲ କାଳେ ସେଇଥି ଲାଗି ମାହାଙ୍ଗା କେସ୍‌ରେ ପ୍ରତାପ ଛନ୍ଦି ହୋଇଥିବା ପରେ ବି ତାଙ୍କୁ ଘଂଟ ଘଉଡାଉଛି । କେବଳ ଦଳ ନୁହେଁ ବରଂ ପୋଲିସ ବି ତାଙ୍କୁ ସୁରକ୍ଷା ଦେଉଥିବା ଚର୍ଚ୍ଚା ଜୋର ଧରେ । ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୂର୍ବତନ ଉପ-ବାଚସ୍ପତିଙ୍କ ପୁଅ କାଳେ ମାହାଙ୍ଗା ଆସନ ଉପରେ ଆଖି ପକାଇଛନ୍ତି । ତେଣୁ ପ୍ରତାପଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ଵ ଦିଆଯାଇ ବସାଯିବ ବୋଲି ଚର୍ଚ୍ଚା ହେଉଛି ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ପ୍ରତାପଙ୍କୁ ନେଇ ଗତ କିଛି ମାସ ହେଲା ଦଳ ହରଡଘଣାରେ ପଡିଥିବା ପରେ ବି ତାଙ୍କୁ ଛତ୍ରଛାୟାରେ ରଖାଯାଇଛି । ଆଉ ଏହା ପୂରା ପ୍ରି ପ୍ଲାନ ଥିବା ପରି ମନେ ବି ହେଉଛି । କିନ୍ତୁ ଆଗାମୀ ଦିନରେ ପ୍ରତାପଙ୍କୁ ଟିକେଟ୍‌ ମିଳିବ କି ନାହିଁ ତାହା ସମୟ କହିବ । ହେଲେ ପ୍ରତାପଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ଚାଲିଛି ।

Show More
Back to top button