ଭାରତରେ ଫସିଲା ବ୍ରିଟିଶ୍ ଫାଇଟର ପ୍ଲେନ ।

ସତ୍ୟଶିଖା :୦୪/୦୭/୨୦୨୫:କେରଳ ଉପକୂଳ ଠାରୁ ୧୦୦ ନଟିକାଲ୍ ମାଇଲ୍ସ ଦୂରରେ ଥିଲା ଅପରେସନ । ପ୍ରତିକୂଳ ପାଗର ସାମନା କରିଥିଲା ଏହି ଲଢ଼ୁଆ ବିମାନ । ଇନ୍ଧନ ବି ସରି ସରି ଆସୁଥିଲା । ଜରୁରୀକାଳୀନ ଅବତରଣ ଛଡା ଅନ୍ୟ ବାଟ ହିଁ ନଥିଲା । ତେଣୁ ତିରୁବନନ୍ତପୁରରେ ବିମାନ ବନ୍ଦରରେ କରିଥିଲା ଅବତରଣ । ଭାରତୀୟ ବାୟୁସେନା ବି ଏହି ଅବତରଣରେ ସହାୟତା କରିଥିଲା । ବିମାନରେ ଇନ୍ଧନ ମଧ୍ୟ ଦେଇଥିଲା ବାୟୁସେନା । ହେଲେ ବିମାନଟି ଫେରିଯିବାକୁ ବାହାରିଥିଲା । ତେବେ ଚେକିଂ ବେଳେ ହାଇଡ୍ରଲିକ ଫେଲୁଅର୍ ଥିବାର ଜଣାଡିଥିଲା । ରୟାଲ ନେଭିର ଏକ ଟିମ୍ ଆସି ଏହାର ରିପେୟାର୍ ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏହି ସମସ୍ୟା ଜଟିଳ ଥିବାରୁ ରିପେୟାର ହୋଇପାରିନଥିଲା ।

ଏବେ ଏହା ଆଉ ଉଡିପାରିବନି ବୋଲି ଟେକନିସିଆନମାନେ କହୁଛନ୍ତି । ଏହାକୁ ନିଆଯାଇ ବିମାନବନ୍ଦରର ବେ୪ ରେ ପାର୍କ କରାଯାଇଛି ଓ ସିଆଇଏସଏଫ୍ କର୍ମଚାରୀମାନେ ଏହାକୁ ଜଗି ରହିଛନ୍ତି । ବ୍ରିଟିଶ ରୟାଲ ନେଭିର ଏଫ୍-୩୫ ଫାଇଟର୍ ଜେଟ୍ ସେବେଠୁ ହୋଇପଡିଛି ଅଚଳ । ଯାହା ଶୁଣିବାକୁ ବିମାନକୁ ସଚଳ କରିବାକୁ ଶେଷ ଉଦ୍ୟମ କରାଯିବ ।  ଇଂଲଣ୍ଡରୁ ଇଞ୍ଜିନିୟର ଆସିବେ, ଚେଷ୍ଟା କରିବେ । ଯଦି କାମ କରେ ତ ଭଲ କଥା ନଚେତ୍ ଖଣ୍ଡ ଖଣ୍ଡ ହୋଇ ବୁହାଯିବ ବିମାନରେ । କାରଣ ଦୀର୍ଘ ଦିନ ପରେ ବି ବିମାନରେ ଥିବା ତ୍ରୁଟି ସମାଧାନ କରାଯାଇ ନାହିଁ। ନିଜ ଦେଶକୁ ଫେରିଯିବାର ଏକମାତ୍ର ରାସ୍ତା ବୋଲି ବିଶେଷଜ୍ଞ କହିଛନ୍ତି । କେରଳରେ ଏୟାର ଇଣ୍ଡିଆର ବିମାନକୁ ହ୍ୟାଙ୍ଗରକୁ ସ୍ଥାନାନ୍ତରିତ କରିବାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା ରୟାଲ ନାଭି । ପରେ ବ୍ରିଟିଶ୍ ନୌସେନା ରାଜି ହୋଇଥିଲା ପ୍ରସ୍ତାବରେ । ବିଶ୍ୱର ସବୁଠାରୁ ମହଙ୍ଗା ଓ ଲଢ଼ୁଆ ବିମାନରେ ଗଣାଯାଏ F-35 ବିମାନ । ପଞ୍ଚମ ପିଢ଼ିର ରାଡାରରୁ ବର୍ତ୍ତୁଥିବା ଏହି ବିମାନକୁ ପ୍ରସ୍ତୁତି କରିଥାଏ ଲକହିଡ୍ ମାର୍ଟିନ୍ ଦ୍ୱାରା ନିର୍ମିତ ଆମେରିକୀୟ କମ୍ପାନୀ । ଏହି ଲଢ଼ୁଆ ବିମାନର ବହୁତ ରହିଛି ଖାସିୟତ । ଡାଟା ଫ୍ୟୁଜନ୍ ସିଷ୍ଟମ୍ ଶହ ଯୁଦ୍ଧରେ ଶତ୍ରୁକୁ ପରାସ୍ତ କରିବାର କ୍ଷମତା ରଖେ। ଗୋଟିଏ ବିମାନର ମୂଲ୍ୟ ୧୧୦ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ 9୫୦ କୋଟି ଟଙ୍କା ହେବ ।

Exit mobile version