

ସତ୍ୟଶିଖା(ଭୁବନେଶ୍ୱର ) ୨୪.୦୮ .୨୦୨୧: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ସୌମ୍ୟଙ୍କ ବାପା ଅଭିରାମଙ୍କ ସଙ୍ଗୀନ ଅଭିଯୋଗ । କହିଲେ, ସୌମ୍ୟଙ୍କୁ ମାରିବା ପାଇଁ ମିଳିତ ଭାବେ ଷଡ଼ଯନ୍ତ୍ର ହୋଇଛି । ଘଟଣା ପଛରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ହାତ ରହିଛି । ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, DFOଙ୍କୁ ସସପେଣ୍ଡ୍ କରାଯାଉ । ଘଟଣା ପଛରେ ଜଙ୍ଗଲ ବିଭାଗର ପୁରା ସମ୍ପୃକ୍ତି ରହିଛି ।
ମନ୍ତ୍ରୀ ଏବଂ ତାଙ୍କ ପୁରୁଣା ପିଏସ୍, ଡିଏଫଓଙ୍କ ମୋବାଇଲ୍ ସିଜ୍ କରାଯାଉ । ମନ୍ତ୍ରୀଙ୍କ ପାଖରେ କଣ ପହଞ୍ଚି ପାରିବ କି କ୍ରାଇମବ୍ରାଞ୍ଚ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ବାପା । ସରକାରଙ୍କ ମାନବିକତା ଥିଲେ ତଦନ୍ତଭାର ସିବିଆଇକୁ ଦିଅନ୍ତୁ ବୋଲି କହିଛନ୍ତି ଅଭିରାମ ।