ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ୪ମୃତ, ୭ ଗୁରୁତର

ସତ୍ୟଶିଖା(ଭବାନୀପାଟଣା)୨୨.୦୨.୨୦୨୨ : କେସିଙ୍ଗା ଥାନା ତୁର୍ଲାଖମଣ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବରଯାତ୍ରୀ ଗାଡ଼ି ସହ ଏକ ଟ୍ରକ୍‍ ଦୁର୍ଘଟଣା ହେବା ଫଳରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୭ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ପ୍ରଥମେ କେସିଙ୍ଗା ଡାକ୍ତରଖାନା ଓ ପରେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଗତକାଲି ଜଣେ ଯୁବକଙ୍କ ପିପଳପଦରରେ ବାହାଘର ଥିଲା । ବାହାଘର ସାରିବା ପରେ ସିସକେଲା ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଓ ଜଣେ ପୁରୁଷ ରହିଥିବା ସୂଚନା ମିଳିଛି । ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛନ୍ତି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ଓ ସ୍ଥାନୀୟ ଲୋକ ପହଞ୍ଚିଥିଲେ । ଗୁରୁତର ଓ ମଅତକଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଦୁର୍ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

Show More
Back to top button