ମାନିଲେନି କଟକଣା, ସିଲ୍ ହେଲା ଦୋକାନ l

ସତ୍ୟଶିକ୍ଷା (ବଲାଙ୍ଗୀର) ୨୩.୦୯.୨୦୨୦ : ସାରା ରାଜ୍ୟରେ କରୋନା ଆତଙ୍କ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ କରୋନା କଟକଣାକୁ କଡା କଡି ପାଳନ କରିବା ସହ ସାମାଜିକ ଦୂରତା ପାଳନ କରିବା ଏବଂ ମାସ୍କ ପରିଧାନ ପାଇଁ କଡା ନିର୍ଦ୍ଦେଶ ରହିଛି । ଏଭଳି ସ୍ଥିତିରେ ଅନେକ ସମୟରେ କୋଭିଡ୍ ନିୟମକୁ ଖୋଲାଖୋଲି ଉଲଙ୍ଘନ କରାଯାଉଥିବା କେତେକ ସ୍ଥାନରେ ଦେଖିବାକୁ ମିଳିଛି । ବଲାଙ୍ଗୀର ସହରରେ ବିଭିନ୍ନ ସ୍ଥାନରେ ଚଢାଉ କରି କୋଭିଡ୍ ନିୟମ ଉଲଂଘନ କରୁଥିବା ଏଭଳି ଆମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ ।କୋଭିଡ୍ ନିୟମ ଉଲଂଘନ କରିବା ଯୋଗୁଁ ବଲାଙ୍ଗୀର ସହରରେ ଥିବା ରିଲାଏନ୍ସ ମାର୍ଟ, ସମଲେଶ୍ଵରୀ ମେଡିକାଲ ଓ ବିବେକ ମେଡିକାଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଚଢାଉ ସମୟରେ ଏମାନେ ଖୋଲାଖୋଲି କୋଭିଡ୍ ନୀିୟମ ଉଲଂଘନ କରୁଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ଏହି ସିଲ୍ ବେଳେ ବଲାଙ୍ଗିର ଉପଜିଲ୍ଲାପାଳ ସୁଧାକର ନାୟକ, ମ୍ୟୁନିସିପାଲିଟି ଇଓ ବିପିନ ବିହାରୀ ଦୀପ, ତହସିଲଦାର ଏବଂ ବଲାଙ୍ଗୀର ଆଦର୍ଶ ଟାଉନ୍ ଥାନାର ଅଧିକାରୀ ସାମିଲ ଥିଲେ l